ଓଡିଶା

ଖଡିଆ ସାଂସ୍କୃତିକ ସମାଜର ମହାସମାବେଶ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମଙ୍ଗଳପୁର ଠାରେ ଖଡିଆ ଆଦିବାସୀ ସମାଜର ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା ଜିଲ୍ଲାରୁ ପାଖାପାଖି ବାରଶହ ଖଡିଆ ସମାଜ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ସମାଜ ରେ କିପରି ଖଡିଆ ସମାଜ ର ଶିକ୍ଷା, ଖେଳ, ଚାଷ ଓ ନିଶା ମୁକ୍ତ ଓ ବିଭିନ୍ନ ଦିଗରେ କିପରି ସମାଜ ଅଗ୍ରଗତି କରିବେ ସେ ବିଷୟ ନେଇ ରେଙ୍ଗାଲି ବ୍ଲକ ସଭାପତି ସଂଜୁ ଖଡିଆ, ସୁନ୍ଦରଗଡ଼ ସଭାପତି ରାମ ଖଡିଆ, ସମ୍ବଲପୁର ସଭାପତି ରାଜୁ ଖଡିଆ ମଞ୍ଚରେ ରହି ଖଡିଆସମାଜର କିପରି ସବୁ କ୍ଷେତ୍ରରେ ଉର୍ନତି ହେବ ନିଜ ନିଜର ଅଭିଭାଷଣରେ ରଖିଥିଲେ l ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ବିଭିନ୍ନ ନାଚ ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା |

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅପେକ୍ଷା ଆଉ ମାତ୍ର ୭ ଦିନ  

mahabharatanews

ବରଗଡ଼ ସହରର ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews