ଓଡିଶା

ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ବଡ଼ ଝଟ୍‌କା ଲାଗିଛି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଚଳିତ ବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ନୟାଗଡ଼ରୁ ନାମାଙ୍କନ ଦାଖଲ କରିଥିଲେ ଅରୁଣ । ହେଲେ ଏହି ନାମାଙ୍କନର ସତ୍ୟପାଠରେ ସେ ତଥ୍ୟ ଲୁଚାଇଥିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି ।

ପ୍ରତିପକ୍ଷ ବିଜେପି ପାର୍ଥି ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି । ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Related posts

ସବୁଦିନ ସର୍ବସାଧାରଣ ଦର୍ଶନ ପାଇଁ ୮ ତାରିଖରେ ବୈଠକ

mahabharatanews

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

mahabharatanews

୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

mahabharatanews