ଓଡିଶାଭାରତରାଜନୀତି

ଜଗଦୀପ ଧନଖଡ଼ ଦାଖଲ କଲେ ନାମାଙ୍କନ ପତ୍ର

ନୂଆଦିଲ୍ଲୀ : ଆଜି ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ । ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଓ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଗଦୀପଙ୍କୁ ସମର୍ଥନ ଦେବା ପାଇଁ ନିବେଦନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ କଂଗ୍ରେସ ନେତା ମାର୍ଗାରେଟ୍ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ବିରୋଧୀ ଦଳ। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ଜୁଲାଇ ୨୦ରେ ନାମାଙ୍କନ ପତ୍ର ଯାଞ୍ଚ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ।ସେହିପରି ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ  ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି ।

Related posts

ଶେରଗଡକୁ ଏନଏସି ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews

ସାମ୍ବାଦିକ ନେଲେ କୋଭିଡ ଟୀକା

mahabharatanews