(ଅଯୋଧ୍ୟା ) :୫୦୦ବର୍ଷ ପରେ ବିରାଜମାନ ହେବେ ପ୍ରଭୁ ଶ୍ରୀ ରାମଲାଲା । ଏଥିଲାଗି ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ରାମଧୁନରେ କମ୍ପି ଉଠୁଛି ଅଯୋଧ୍ୟା ସମେତ ଅନ୍ୟ ସହର । ବହୁ ବିଶିଷ୍ଠ ବ୍ୟକ୍ତି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ହେଲେ ବର୍ତ୍ତମାନ ଖବର ରହିଛି ଯେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ।
ସୂଚନାନୁଯାୟୀ , ଥଣ୍ତା ଓ ଖରାପ ପାଗ ଯୋଗୁଁ ତାଙ୍କ ଅଯୋଧ୍ୟା ଗସ୍ତକୁ ରଦ୍ଧ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବର୍ତ୍ତମାନ ଅଡଭାନୀଙ୍କୁ ୯୬ବର୍ଷ ବୟସ । ଆଜି ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା ଉତ୍ସବ । ମାତ୍ର ୮୪ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ ।
