(ପାଟଣା) : ରାହୁଲଙ୍କୁ ବିବାହ କରିବାକୁ ପରାମର୍ଶ ଦେଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ । ପାଟନାରେ ବିରୋଧୀ ଦଳର ବୈଠକ ବେଳେ ବିହାରର ପୂର୍ବତନ ସିଏମ ଏବଂ ଆରଜେଡି ମୁଖ୍ୟ ଲାଲୁ ଯାଦବ ରାହୁଲ ଗାନ୍ଧୀଙ୍କୁ ଏଭଳି ଏକ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକ ସମୟର କହିଛନ୍ତି ଯେ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ଯେ ପୁଅ ଅର୍ଥାତ୍ ରାହୁଲ ଗାନ୍ଧୀ ବିବାହ ପ୍ରସଙ୍ଗରେ ତାଙ୍କ କଥା ଶୁଣୁ ନାହାଁନ୍ତି । ବିବାହ କରିନିଅ, ଆମେ ବରଯାତ୍ରୀ ଯିବୁ ।
ସୂଚନାନୁଯାୟୀ, ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ।” ଏମିତି କହି ଲାଲୁ ପ୍ରସାଦ କଂଗ୍ରେସ ନେତା ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଶୁଣି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନଙ୍କ ସମେତ ବିରୋଧୀ ଦଳର ସମସ୍ତ ନେତା ହସିବାକୁ ଲାଗିଲେ । ସାମ୍ବାଦିକ ସମ୍ମିଳନୀରେ ଲାଲୁ ତାଙ୍କର ପୁରୁଣା ଢଙ୍ଗରେ ଦେଖିବାକୁ ମିଳିଥିଲେ । ଲାଲୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କରିଛନ୍ତି, ଭଲ କାମ କରିଛନ୍ତି ।