ଅପରାଧଓଡିଶା

ପ୍ରଭାତ ବେହେରା ହତ୍ୟାକାଣ୍ଡରେ ପୋଲିସର ବଡ଼ ସଫଳତା

ଭୁବନେଶ୍ୱର ପାହାଳ ଥାନା ଅଞ୍ଚଳରେ ଘଟିଥିବା ପ୍ରଭାତ ବେହେରା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପାହାଳ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବିଶ୍ୱରଞ୍ଜନ ସାହୁ। ପୋଲିସ ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ମୋଟରସାଇକେଲ ମଧ୍ୟ ଜବତ କରିଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଏହି ହତ୍ୟାକାଣ୍ଡ ଘଟଣାରେ ଏବେ ସୁଦ୍ଧା ମୋଟ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି। ତେବେ ଘଟଣାରେ ସଂପୃକ୍ତ ଆହୁରି ଅନେକ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାପଡ଼ିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପାହାଳ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ଆଶା ପ୍ରକାଶ କରିଛି।

Related posts

ଉଛୁଳୁଛି ହୀରାକୁଦ; ପୁଣି ଖୋଲିଲା ୫ଟି ଗେଟ୍

mahabharatanews

ଯାଇଥିଲେ ଦାଦନ ହୋଇ, ପେରିଲେ ଶବ ହୋଇ…

mahabharatanews

ଆସନ୍ତକାଲି ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସଠିକ ସମୟ 

mahabharatanews