Uncategorizedଓଡିଶାବିଶ୍ୱ

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

କଟକ(ବାଙ୍କୀ):ଦୁନିଆରେ ମା’ ଓ ଛୁଆର କିଛି ଅଲଗା ସମ୍ପର୍କ ଥାଏ ।ନିଜ ଛୁଆକୁ କିପରି ସବୁ ଅସୁବିଧାରୁ ବଂଚାଇପାରିବ ତାହା କେବଳ ଜଣେ ମା ହିଁ କରିପାରେ ।ମଣିଷ ଓ ଅନ୍ୟ ଜୀବଜନ୍ତୁ ମାନେ ନିଜ ମାତୃତ୍ୱର ଅନେକ ପରୀକ୍ଷା ଦେଇଛନ୍ତି । କିନ୍ତୁ ଏବେ ନାଗସାପଟି ନିଜ ପିଲାଙ୍କୁ ବଂଚାଇବାକୁ ଜାଇ ନିଜ ଜୀବନ ଦେଇଦେଲା ।ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀର ଦୋଳଣାପୁର ଗ୍ରାମର ଲକ୍ଷ୍ମୀଧର ପରିଡାଙ୍କ ଘରେ ଦେଖିବାକୁ ମିଳିଛି ଏକ ଅଭୂତପୂର୍ବ ଘଟଣା । ସକାଳେ ନବ ନିର୍ମିତ ପାଇଖାନା ଟାଙ୍କି ମରାମତି କରିବାକୁ ଯିବା ବେଳେ କିଛି ନାଗ ସାପ ଛୁଆ ଏବଂ କିଛି ଅଣ୍ଡା ମଧ୍ୟ ଦେଖିବାକୁ ପାଇଥିଲେ । ଏଥିସହିତ ଏକ ବଡ ନାଗସାପ ମରି ପଡ଼ିଥିବା ଦେଖିବାକୁ ପାଇଲେ ଲକ୍ଷ୍ମୀଧର । ଭୟଭୀତ ହୋଇ ଲକ୍ଷ୍ମୀଧର ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସାହାଯ୍ୟ ଲୋଡିଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ଏକ ଦୁଇ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ଲକ୍ଷ୍ମୀଧର କିନ୍ତୁ, ସାପଟି କେବେ ସେଇ ଟାଙ୍କି ଭିତରକୁ ଖସି ପଡିଥିଲା ସେନେଇ କିଛି କହି ପାରିନଥିଲେ ।

 

କାରଣ ସେଇ ୧୧ ଫୁଟ ଲମ୍ବ, ୬ ଫୁଟ ଚଉଡ଼ା ଓ ୯ ଫୁଟ ଗଭୀର ଟାଙ୍କିର ମ୍ୟାନ ହୋଲରେ ସବୁ ବେଳେ ଘୋଡଣୀ ପଡ଼ିଥିଲା । ଆଜି ହିଁ ସେମାନେ ସେଇ ଘୋଡଣୀ କାଢ଼ିବାରୁ, ଘଟଣା ବିଷୟରେ ଅବଗତ ହେଲେ ।ଟାଙ୍କି ଭିତରେ ଏକୁଟିଆ ଲାଇଟ୍ ଧରି ସାପ ଚୁଆ ଖୋଜିବା ସମ୍ଭବ ନଥିବାରୁ, ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ଉଭୟ ସେଇ ମ୍ୟାନ ହୋଲ ପଟେ ସିଡିରେ ଓହ୍ଲେଇ ଭିତରକୁ ଯାଇଥିଲେ । ଗୋଟିଏ ପରେ ଗୋଟିଏ, ଏମିତି ୧୪ ଟି ନାଗ ସାପ ଛୁଆ ଙ୍କୁ ଉଦ୍ଧାର କରି ଗୋଟିଏ ପ୍ଲାଷ୍ଟିକ ବାଲ୍ଟି ଭିତରେ ରଖିବା ପରେ, ସେଇ ବାଲ୍ଟି କୁ ଧରି ସିଡି ଚଢ଼ି ଟାଙ୍କି ବାହାରକୁ ଆସିଥିଲେ ।ଟାଙ୍କି ଭିତରେ ବର୍ଷା ପାଣି ପଶି ସନ୍ତସନ୍ତିଆ ହେବା ସହିତ ଅପରିଷ୍କାର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା । ଅନେକ ଅଣ୍ଡା ଖୋଳପା ପାଣି ଲାଗି ନଷ୍ଟ ମଧ୍ୟ ହୋଇଯାଇଥିଲା । ତେବେ ୮ ଟି ଅଣ୍ଡା ଖୋଳ ମଧ୍ୟ ଭଲ ଅବସ୍ଥାରେ ଥିଲା । ସାପ ଛୁଆ ଗୁଡ଼ିକୁ ଗାଁ ଠାରୁ ଦୂରରେ ପାଣି ଥିବା ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି। ଲଳିତ କହିଛନ୍ତି “ସାପ ଛୁଆ ଗୁଡ଼ିକୁ ଯଦି ଟାଙ୍କି ଭିତରୁ ଉଦ୍ଧାର କରା ଯାଇ ନଥାନ୍ତା, ସେମାନେ ମଧ୍ୟ ମା’ ନାଗୁଣୀ ଅବସ୍ଥା ଭୋଗିଥାଆନ୍ତେ । ଖାଦ୍ୟ ଅଭାବରୁ ସମସ୍ତେ ମୃତ୍ୟୁ ମୁଖରେ ପଡ଼ି ଥାଆନ୍ତେ” ।ସ୍ମେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଗୋଟିଏ ବଡ ନାଗ ସାପ ଛୋଟ ନାଗ ସାପକୁ ଖାଇବା କିଛି ନୂଆ ଘଟଣା ନୁହେଁ, କିନ୍ତୁ, ଏଠି ମା ସାପଟି ନିଜେ ଭୋକ ଉପାସରେ ମରିଗଲା ପଛେ, କିନ୍ତୁ ନିଜର ଛୁଆଙ୍କୁ ଖାଇଲା ନାହିଁ । କାରଣ ନାଗ ସାପ ଅଣ୍ଡା ଫୁଟିବା ପାଇଁ ପ୍ରାୟ ୬୦ ଦିନ ସମୟ ଲାଗେ । ଅଣ୍ଡା ଦେବାର କେତେ ଦିନ ପୂର୍ବରୁ ନାଗୁଣୀ ଟି ଟାଙ୍କିରେ ଖସି ପଡ଼ିଥିଲା ତା’ ବି କେହି କହିପାରିବେ ନାହିଁ । କିନ୍ତୁ, ଆମେ ପ୍ରାୟ ଦେଢ଼ ମାସ ହେଲାଣି ନାଗ ଅଣ୍ଡା ଫୁଟିବା ଦେଖି ସାରିଲୁଣି, ଅର୍ଥାତ ପ୍ରାୟ ସାଢେ଼ ୩ ମାସ ହେଇଗଲାଣି ଅଣ୍ଡା ଦେବାର । ନାଗୁଣୀ ଟି ଶେଷ ଥର ପାଇଁ କେବେ ଖାଇଥିଲା ତା ମଧ୍ୟ କେହି ଜାଣିନାହିଁ । ଏଣୁ, ଏଇ ଘଟଣା ଟି ନିଶ୍ଚୟ ଏକ ବିରଳ ଘଟଣା ।

 

ତେବେ ସାପ ମାନେ ଖାଦ୍ୟ ନଖାଇ ୩ ମାସ ଆରାମ ରେ ବଞ୍ଚି ପାରିବେ, ଯଦି ତାଙ୍କ ଦେହରେ ରିଜର୍ଭ ଫ୍ୟାଟ ଥିବ । କିନ୍ତୁ, ଏଠି ମା ନାଗୁଣୀ, ଅଣ୍ଡା କୁ ଦେହ ଭିତରେ ବଢେଇବା ପାଇଁ ତାର ଫ୍ୟାଟ ବ୍ୟବହାର କରିଥିବ, ଏବଂ ଅଣ୍ଡା ଦେବା ବେଳେ ଗର୍ଭ ଯନ୍ତ୍ରଣା ପାଇଁ ଅନେ ଶକ୍ତି ମଧ୍ୟ ଉପଯୋଗ କରିଥିବ । ଅଣ୍ଡା ଫୁଟିବା ପର୍ୟ୍ୟନ୍ତ ଦୁଇ ମାସ, ଏବଂ ତା ପରେ ଆହୁରି ଦେଢ଼ ମାସ ଚଳିବା ପାଇଁ ତା ଦେହରେ ନା ଶକ୍ତି ନା ରିଜର୍ଭ ଫ୍ୟାଟ ବଳିଥିବ । ଏଣୁ, ସେ ମୃତ୍ୟୁ ବରଣ କରିଛି ଖାଦ୍ୟ ଅଭାବରୁ । ତେବେ, ସେ ଚାହିଁ ଥିଲେ ନିଜର ଚୁଆ ମାନଙ୍କୁ ଖାଇ ଉଦର ପୋଷଣ କରି ପାରି ଥାନ୍ତା । ଯାହା ହେଇ ନାହିଁ” ।ସାଧାରଣ ଭାବରେ ମଧ୍ୟ ପ୍ରକୃତିରେ ଯେଉଁଠି ନାଗ ସାପ ଅଣ୍ଡା ଦେଇ ଥାଏ, ଅଣ୍ଡା ଫୁଟିବା ପର୍ୟ୍ୟନ୍ତ ଜଗି ରହିଥାଏ, ଶତ୍ରୁ ମାନେ ତା ଅଣ୍ଡା ଖାଇ ନଯିବା ପାଇଁ । ଅନେକ ଚଢ଼େଇ, ମୂଷା, ଗୋଧି, ସାପ, ଆଦି ସାପ ଅଣ୍ଡା ଖାଇବାର ନଜିର ଅଛି । ତେବେ, ଅଣ୍ଡା ଫୁଟିବାର ଦିନେ ଦୁଇଦିନ ପୂର୍ବରୁ ମା ସାପ ଅଣ୍ଡାକୁ ଛାଡି ପଳେଇ ଥାଏ, ଖାସ ଏଥି ପାଇଁକି ଦୁଇ ମାସ ଭୋକ ରେ ଥିବା ହେତୁ କାଳେ ନିଜ ଛୁଆଙ୍କୁ ଖାଇ ଦେବ ! ଅଣ୍ଡା ଫୁଟିବା ପରେ ଯେଝା ବାଟରେ ଯିଏ । ଛୁଆ ମାନେ ନିଜେ ଶୀକାର କଲେ ଖାଇ, ବଞ୍ଚିବେ, ନହେଲେ ମରିବେ । ଟାଙ୍କି ଭିତରେ କିନ୍ତୁ, କାହାକୁ ଖାଦ୍ୟ ମିଳି ନାହିଁ । କିନ୍ତୁ, ମାସେ ଦେଢ଼ ମାସ ହେତୁ, ଛୁଆ ମାନେ ବଞ୍ଚି ଯାଇ ପାରିଲେ । ହେଲେ, ସବୁ ଛୁଆ ଅପପୁଷ୍ଟିର ଶୀକାର । ସମସ୍ତଙ୍କର ଚମ ଧୁଡୁ ଧୁଡୁ ହେଇ ଯାଇଥିଲା ।

Related posts

ସୁପ୍ରିମକୋର୍ଟ ଗଲେ ବର୍ଷା

mahabharatanews

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

Leave a Comment