ନୂଆଦିଲ୍ଲୀ: ପାକିସ୍ତାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦରଦାମ । ଦୈନିକ ବ୍ୟବହାର ଆସବାବ ଦର ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଏହା ମଧରେ ସାମ୍ନାକୁ ଆସିଛି ପାକିସ୍ତାନ ସରକାରଙ୍କ ଆଶ୍ଚର୍ଯ୍ୟକର ଭଳି ମନ୍ତବ୍ୟ । ଆଉ ଏହି ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦରେ ପାକିସ୍ତାନ ସରକାର ଇମ୍ରାନ ଖାନ । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବାବଦରେ ଆସିଛି ଅବିଶ୍ୱାସ ପ୍ରସ୍ତାବ । ଦେଶରେ ବଢ଼ୁଥିବା ଦରଦାମ ବୃଦ୍ଧି ଓ ଭୁଶୁଢ଼ି ପଢ଼ିଥିବା ଅର୍ଥବ୍ୟବସ୍ଥାକୁ ନେଇ ପାକିସ୍ତାନ ଏବେ ପୁରା ହା ହା କାର । ଯାହାକୁ ନେଇ ବିରୋଧି ନେତାଙ୍କ ଶିକାର ହୋଇଛନ୍ତି ଇମ୍ରାନ ସରକାର । ମାତ୍ର ବିରୋଧି ମାନଙ୍କୁ ମୁହଁ ତୋଡ଼ ଜବାବ ଦେଇଛନ୍ତି ଇମ୍ରାନ ।
ପାକିସ୍ତାନର ଏକ ସମାବେଶରେ ଯୋଗ ଦେଇ ଇମ୍ରାନ କହିଛନ୍ତି ଟଙ୍କା ଦେଇ ଅନ୍ୟ ନେତାଙ୍କୁ କିଣୁଛନ୍ତି ବିରୋଧି । ସରକାରଙ୍କୁ ସର୍ତ୍ତରୁ ହରାଇବା ପାଇଁ ସତ ଚେଷ୍ଟା କରୁଛନ୍ତି ବିରୋଧି ଯାହାକୁ ମୁଁ ଦୃଢ଼ ବିରୋଧ କରୁଛି । ମୋ ସରକାର ପାକିସ୍ତାନର ଦଶା ଏବଂ ଦିଶା ବଦଳାଇବା ପାଇଁ ପ୍ରୟାସ ରତ । ସେହିପରି ଇମ୍ରାନ କହିଛନ୍ତି ମୁଁ ରାଜନୀତିରେ ଯୋଗ ଦେଇଥିଲି ଆଳୁ ଟମାଟୋ ଦର ବୁଝିବା ପାଇଁ ନୁହଁ । ବରଂ ଦେଶର ଯୁବକ ସଙ୍କଟରେ ରହିଥିଲେ ସେଥିପାଇଁ ଆସିଥିଲି । ଯୁବ ପିଢ଼ୀଙ୍କ ବିକାଶ ପାଇଁ ମୁଁ କାମ କରୁଛି ।
ଇମ୍ରାନଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ ପାକିସ୍ତାନରେ କିପରି ରହିଛି ମହଙ୍ଗ। ମାଡ଼ । ଦରଦାମକୁ ନେଇ ବିଚଳିତ ହୋଇପଡ଼ିଛନ୍ତି ପାକିସ୍ତାନ ବାସୀ । ସେପଟେ ଗାଦି ହଟିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧି ଦଳ । ବିରୋଧିଙ୍କ ଘେରାବନ୍ଧିରେ ଛଟପଟରେ ଇମ୍ରାନଙ୍କ ତୁଣ୍ଡ କିନ୍ତୁ ଲଗାମ ଧ଼ରୁନି । ଦେଶର ସଙ୍କଟ ଦୂର କରିବେ କଣ ଓଲଟା ନିଜ ଗାଦି ବଂଚାଇବା ରେ ଲାଗିଛନ୍ତି । ସବୁ ବେଳେ ଅନ୍ୟ ପାେଇଁ ଗାତ ଖୋଳୁଥିବା ପାକିସ୍ତାନ ଏବେ ନିଜେ ସେହି ଗାତରେ ପଡ଼ିିଛି ।