ଭୁବନେଶ୍ୱର/ଶିଳାସ୍ମିତା ରାୟ: ସମ୍ପ୍ରତି ରାଜ୍ୟର ଶାସକ ଦଳର କିଛି ବିଧାୟକ ଓ ନେତା ନିଜ କ୍ଷମତାକୁ ନେଇ ଗର୍ବରେ ଆତ୍ମହରା ହେଉଛନ୍ତି । କ୍ଷମତାର ଅପବ୍ୟବହାରକୁ ନେଇ ମଧ୍ୟ ଅନେକ ତଥ୍ୟ ସାମ୍ନାକୁ ଆସୁଛି । କିନ୍ତୁ ସେମାନେ ଅତୀତକୁ ଅନୁଶୀଳନ କରୁ ନାହାନ୍ତି ବା ଅତୀତରୁ କିଛି ଶିକ୍ଷା ଗ୍ରହଣ କରୁନଥିବା ପରି ମନେ ହେଉଛି । ରାଜ୍ୟରେ ବିଜେଡି ଦୀର୍ଘ ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ ଗାଦିକୁ ନିଜ ଅକ୍ତିଆରରେ ରଖିଛି । ଏହି ୨୧ ବର୍ଷ ମଧ୍ୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଅପରିବର୍ତ୍ତିତ ରହିଛନ୍ତି । କିନ୍ତୁ ଅନେକ ନେତା କ୍ଷମତାକୁ ଆସିଛନ୍ତି ପୁଣି ସମୟ ପ୍ରବାହରେ କେଉଁଠୁ ହଜି ଯାଇଛନ୍ତି । କ୍ଷମତାରେ ଥିବା ବେଳେ ଦିନ ରାତି ସେହି ନେତାଙ୍କ ଘର ଆଗରେ ମେଳା ପରି ଦଳୀୟ କର୍ମକର୍ତ୍ତା, ନାନା ଅଧିକାରୀଙ୍କ ଭିଡ ରହୁଥିଲା । ସେହି ନେତା ତାଙ୍କ କ୍ଷମତାକୁ ଯେମିତି ଚାହୁଁଥିଲେ ସେମିତି ବ୍ୟବହାର କରୁଥିଲେ । ଯାହା ଚାହୁଁଥିଲେ କରୁଥିଲେ । ହେଲେ ଯେଉଁ ଦିନ କ୍ଷମତା କେନ୍ଦ୍ରରୁ ହଟିଯାଉଥିଲେ ବା ସଭାପତିଙ୍କ ଦୃଷ୍ଟିକଟୁ ହେଉଥିଲେ ସେହି ଦିନଠୁ ସବୁ ଲୋକପ୍ରିୟତା ପାଲଟି ଯାଉଥିଲା ନିନ୍ଦା, ଅପବାଦ । ମାଟିରୁ ଆକାଶ ଛୁଇଁଥିବା ଓ ପରେ ଆକାଶରୁ ଖସି ମାଟି କାମୁଡି ପଡିଥିବା ବିଜେଡି ନେତାଙ୍କ ତାଲିକା କିଛି କମ ନୁହେଁ ।
ସେମାନଙ୍କ ମଧ୍ୟରେ ପ୍ରଥମ ନାମ ଆସେ ପ୍ୟାରୀ ମୋହନ ମହାପାତ୍ର ବା ପ୍ୟାରୀ ମହାପାତ୍ରଙ୍କର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜନୈତିକ ଦଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ରାଜନୀତି ପ୍ରତି ନବୀନଙ୍କ କୌଣସି ଆନ୍ତରିକତା ନ ଥିଲା । ରାଜନୀତି ଅପେକ୍ଷା ସାହିତ୍ୟ ସାଧନାରେ ସେ ବ୍ରତୀ ଥିଲେ । ତେଣୁ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜ୍ୟରେ କଂଗ୍ରେସକୁ ଟକର ଦେବା ଏକ ପ୍ରକାର ଅସମ୍ଭବ ମନେ ହୋଇଥିଲା ଓ ବିଜୁ ବାବୁଙ୍କ ଅନୁଗାମୀ ତାଙ୍କ ତ୍ୟାଗ, ରାଜ୍ୟ ପ୍ରତି ଅବଦାନ ତଥା ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ତାଙ୍କ ନାମରେ ଗଠନ କଲେ ବିଜୁ ଜନତା ଦଳ । ଦଳ ଗଠନ ପରେ ନବୀନଙ୍କୁ ରାଜନୀତିକୁ ଅଣାଗଲା । କିନ୍ତୁ ରାଜନୀତିର ଅମଡା ରାସ୍ତାରେ ନବୀନ ଥିଲେ ସମ୍ପୂର୍ଣ୍ଣ ନୂଆ । ତେଣୁ ବିଜୁ ବାବୁଙ୍କ ପରାମର୍ଶଦାତା ତଥା ୧୯୯୦-୯୫ ମଧ୍ୟରେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଜୁ ବାବୁଙ୍କ ପ୍ରମୁଖ ସଚିବ ଥିବା ପ୍ୟାରୀ ମହାପାତ୍ରଙ୍କୁ ନବୀନଙ୍କ ସାହାଯ୍ୟ ପାଇଁ ନବୀନଙ୍କ ମା ଜ୍ଞାନ ପଟ୍ଟନାୟକ କହିଥିଲେ । ପ୍ୟାରୀ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ସମୟ କ୍ରମେ ପ୍ୟାରୀ ପାଲଟି ଗଲେ ଦଳର ସର୍ବେ ସର୍ବା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ପ୍ୟାରୀ ସରକାର ଚଳାଉଥିଲେ । ନବୀନ ତାଙ୍କୁ ଆଖି କାନ ବନ୍ଦ କରି ବିଶ୍ୱାସ କରୁଥିଲେ । ସେ ବିଜେଡିର ଚାଣକ୍ୟ ନାମରେ ନାମିତ ହୋଇଥିଲେ । କିନ୍ତୁ ସମୟ କ୍ରମେ ପ୍ୟାରୀଙ୍କ ଲୋକପ୍ରିୟତା, କ୍ଷମତା ତାଙ୍କ ଉପରେ ସବାର ହୋଇଗଲା ଓ ନବୀନଙ୍କୁ ହଟାଇ ଦଳ ଉପରେ କବଜା କରିବାକୁ ୨୦୧୨ମେ ୨୯ରେ ମଧ୍ୟରାତ୍ରରେ ଷଡଯନ୍ତ୍ର କରୁଥିବା ବେଳେ ତାର ପର୍ଦ୍ଦାଫାସ ହେଲା । ନବୀନ ଏହା ଜାଣି କାଳ ବିଳମ୍ବ ନ କରି ତାଙ୍କୁ ଦଳରୁୁ ବହିଷ୍କାର କଲେ । ଏହା ପରେ ପ୍ୟାରୀ ନିଜର ଏକ ଦଳ ଗଠନ କରିଥିଲେ ଓଡିଶା ଜନମୋର୍ଚ୍ଚା । କିନ୍ତୁ କିଛି ଫଳ ହୋଇନଥିଲା । ଦଳରୁ ବିତାଡିତ ହେବା ପରେ ନା ବିଜେଡିର ନେତା ବା କର୍ମକର୍ତ୍ତା, ନାହିଁ କୌଣସି ଅନ୍ୟ ଦଳର ନେତା ତାଙ୍କୁ ସହାୟକ ହୋଇଥିଲେ ।
ସେହିପରି ଅନ୍ୟ ଜଣେ ବରିଷ୍ଠ ଓ କ୍ଷମତାସିନ ନେତା ଥିଲେ ପ୍ରଫୁଲ୍ଲ ଘଡେଇ । ଦଳ ତଥା ସରକାରରେ ତାଙ୍କର ବେଶ କାଟ୍ଟତି ରହିଥିଲା । ସେ ମଧ୍ୟ ଦଳକୁ ନେଇ ବହୁ ବଡବଡ ନିଷ୍ପତ୍ତି ନେବାର ଅଧିକାର ହାସଲ କରିଥିଲେ । ଘଡେଇ ରାଜ୍ୟ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ହାସଲ କରିଥିଲେ । ଏପରି କି ସେ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କିନ୍ତୁ ପ୍ୟାରୀଙ୍କ ମିଡ ନାଇଟ ଅପରେସନରେ ତାଙ୍କ ସମ୍ପୃକ୍ତିକୁ ନେଇ ୨୦୧୨ରେ ତାଙ୍କଠାରୁ ମନ୍ତ୍ରୀ ପଦ ଛଡାଇ ନିଆଯାଇଥିଲା । ୨୦୧୪ ନିର୍ବାଚନରେ ତାଙ୍କୁ ଦଳ ତରଫରୁ ଟିକେଟ ନ ମିଳିବା କାରଣରୁ ବିଷୋଦ୍ଗାର କରିବା ପରେ ଦଳରୁୁ ବହିଷ୍କାର କରିଥିଲେ ସୁପ୍ରିମୋ । ଏହି ଘଟଣା ପରେ ଏପର୍ଯ୍ୟନ୍ତ ଘଡେଇଙ୍କ ରାଜନୈତିକ ଜୀବନରେ ପଡିଛି ତାଲା । ସେହିପରି ଆଉ ଜଣେ ନେତା ହେଉଛନ୍ତି ଦାମୋଦର ରାଉତ । ପାରାଦ୍ୱୀପରେ ଦାମ ରାଉତଙ୍କର ରହିଥିଲା ବେଶ ଦବଦବା । ସେ ମଧ୍ୟ ଦଳରେ ଜଣେ ବିଜୁ ଅନୁଗାମୀ ଭାବେ ସମ୍ମାନ ହାସଲ କରିବା ସହ ଜଣେ ତୁଙ୍ଗ, ନିର୍ଭିକ ନେତା ଭାବେ ରାଜ୍ୟରେ ପରିଚିତ ଥିଲେ । ସେ ପ୍ୟାରୀଙ୍କ ନବୀନ ହଟାଓ ଅଭିଯାନର ପର୍ଦ୍ଦାଫାସ କରିଥିବା କୁହାଯାଏ । ତେଣୁ ମଧ୍ୟ ନବୀନ ତଥା ଦଳର ଅନ୍ୟ ନେତୃବୃନ୍ଦ ତାଙ୍କ ପ୍ରତି ସମ୍ମାନ ପ୍ରଦାର୍ଶନ କରୁଥିଲେ ତଥା ଦଳରେ ତାଙ୍କର ବେଶ ଆଧିପତ୍ୟ ରହିଥିଲା । ବିଜେଡିର ୪ଟି ପାଳିରେ ସେ ବିଭିନ୍ନ ବିଭାଗରେ ଦକ୍ଷତାର ସହ ମଧ୍ୟ କାର୍ଯ୍ୟକରିଥିଲେ । କିନ୍ତୁ ୨୦୧୭ରେ ସରକାର ବିରୋଧୀ ବୟାନ ଦେବାରୁ ତାଙ୍କଠାରୁ ତାଙ୍କ ମନ୍ତ୍ରୀପଦ ଛଡାଇ ନିଆଯାଇଥିଲା ଓ ଶେଷରେ ୨୦୧୮ରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା । ଏହା ପରେ ଦାମରାଉତ ନିଜ ଲୋକପ୍ରିୟତା ଉପରେ ଭରଷା କରି ଏକ ନୂତନ ଦଳ ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା ଓ ୨୦୧୯ରେ ସେ ବିଜେପିରେ ସ୍ୱଳ୍ପ ସମୟ ପାଇଁ ସାମିଲ ହୋଇଥିଲେ ।
ରଘୁ ମହାନ୍ତି ମଧ୍ୟ ବିଜେଡିର ଜଣେ ପୁରୁଖା, ଅଭିଜ୍ଞ ଓ ଦକ୍ଷ ନେତାର ସୁନାମ ହାସଲ କରିଥିଲେ । ବସ୍ତା ନିର୍ବାଚନ ମଣ୍ଡଳୀ ଥିଲା ରଘୁ ମହାନ୍ତିଙ୍କ ଗଡ । ସେ ମଧ୍ୟ ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ପ୍ରଫୁଲ୍ଲ ଘଡେଇଙ୍କ ପରେ ସେ ଥିଲେ ଦଳର ଉପସଭାପତି । କିନ୍ତୁ ୨୦୧୩ରେ ତାଙ୍କ ବୋହୂ ଦ୍ୱାରା ଆଗତ ଯୌତୁକ ନିର୍ଯାତନା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା ଓ ଏହାପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ତେବେ ପରେ ତାଙ୍କୁ ଦଳରେ ନିଆଯାଇଥିଲେ ମଧ୍ୟ ନିର୍ବାଚନରେ ଟିକେଟରୁ ବଞ୍ଚିତ ହେବାକୁ ପଡିଥିଲା ୨୦୧୪ରେ । ତାଙ୍କ ନାମରେ ସଦ୍ୟ ଏକ ମାମଲା ଥିବାରୁ ଟିକେଟ ନ ମିଳିବା ଭାବି ସେ ଏହାକୁ ସହଜରେ ଗ୍ରହଣ କରି ଦଳରେ ପଡିରହିଥିଲେ । କିନ୍ତୁ ୨୦୧୯ରେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ନିର୍ବାଚନ କାଳରେ । ତେଣୁ ସେ ଦଳରୁ ଇସ୍ତଫା ଦେଇଥିଲେ । ସେହିପରି ଅନ୍ୟଜଣେ ତୁଙ୍ଗ ନେତା ହେଉଛନ୍ତି ବୈଜୟନ୍ତ ପଣ୍ଡା । ଏହି ଉଦ୍ୟୋଗପତିଙ୍କୁ ରାଜନୀତିକୁ ଆସିବାକୁ ବିଜେଡି ସୁପ୍ରିମୋ ତଥା ଦଳର ଅନ୍ୟାନ୍ୟ ନେତା ବାରମ୍ବାର ପ୍ରସ୍ତାବ ଦେବା ପରେ ସେ ବିଜେଡିରେ ଯୋଗଦେଇଥିଲେ ଓ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ । ଏପରି ଏକ ସମୟ ଥିଲା ସେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ବିଶ୍ୱସ୍ତ । କିନ୍ତୁ ଦଳର ବିଭିନ୍ନ ଦୋଷ ଦୁର୍ବଳତା ସମ୍ପର୍କରେ ମୁହଁ ଖୋଲିବା ପରେ ସେ ସୁପ୍ରିମୋଙ୍କ ସହ୍ୟ ଶକ୍ତିରୁ ବାହାର ହୋଇଗଲେ ଓ ତାଙ୍କୁ ମଧ୍ୟ ଦଳ ବହିଷ୍କାର କଲା ।
ନିକଟରେ ନଭେମ୍ବର ମାସରେ ଆଉ ଜଣେ ବିଜେଡି ନେତା, ଏକଦା ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତୀମା ବୋଲାଉଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ସେ ମଧ୍ୟ ଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁ ପାନ । କଲେଜ ଜୀବନରେ ଛାତ୍ରନେତା ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରଦୀପ ପରବର୍ତ୍ତୀ ସମୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ୨୦୦୪ରେ ନବୀନ ପଟ୍ଟନାୟକ ତାଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତିନିଧି ନିୟୋଜିତ କରିଥିଲେ । ଏହା ପରେ ଗୋପାଳପୁରରୁ ତାଙ୍କୁ ୨୦୦୯ରେ ଟିକେଟ ଦିଆଯାଇଥିଲା । ସେ ଦଳ ସୁପ୍ରିମୋଙ୍କ କେତେଜଣ ପରାମର୍ଶଦାତାଙ୍କ ମଧ୍ୟରେ ସାମିଲ ହୋଇଥିଲେ । ୨୦୧୪ରୁ ୨୦୧୭ ମଧ୍ୟରେ ସେ ଶିକ୍ଷା, ଟେକ୍ନୋଲୋଜି ଆଦି ଏକାଧିକ ବିଭାଗର ମନ୍ତ୍ରୀ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ, ମୁଖ୍ୟତଃ କୋଭିଡ କାଳରେ ହୋଇଥିବା ବିଭିନ୍ନ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦଳରୁ ବିତାଡିତ ହୋଇଥିଲେ । ଏବେ ସେ ତିନି ପାଞ୍ଜିରୁ ଯାଇଛନ୍ତି, ଜେଲର ୪ କାନ୍ଥ ଭିତରେ ଦିନ କାଟୁଛନ୍ତି । ତେଣୁ ବିଜେଡିରେ କ୍ଷମତା ହାସଲ କରିବାକୁ ନେଇ ଆତ୍ମବିମୋହିତ ହେବା ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ କେବଳ ମୁର୍ଖାମୀ ।
La prise quotidienne n’a pas été évaluée chez l’insuffisant hépatique. Les patients ayant des érections d’une durée de 4 heures ou plus doivent être informés qu’il faut chercher une assistance médicale immédiate. Si le priapisme n’est pas traité immédiatement, des lésions du tissu pénien et une impuissance permanente peuvent en résulter. https://www.viagrasansordonnancefr.com/ TADALAFIL BIOGARAN doit être utilisé avec prudence chez les patients présentant une malformation anatomique du pénis comme une angulation, une sclérose des corps caverneux ou la maladie de La Peyronie ou chez les patients présentant des pathologies susceptibles de les prédisposer au priapisme comme une drépanocytose, un myélome multiple ou une leucémie.