ଭାରତ

ଟିକେଟ ଦେଲା ବିଜେପି, ଲଢ଼ିବାକୁ ମନା କଲେ ପବନ ସିଂହ

(ଉତ୍ତରପ୍ରଦେଶ) :  ଟିକେଟ ଦେଲା ବିଜେପି, ହେଲେ ମନାକଲେ ପ୍ରାର୍ଥୀ । ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ଟିକେଟ ଦେଇଥିଲା । ହେଲେ ପବନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି ।

ସୂଚନାନୁଯାୟୀ , ଅବଶ୍ୟ ସେ ଏଥିପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ୧୯୫ ଜଣିଆ ଏହି ତାଲିକାରେ ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା ଆସନରୁ ଭୋଜପୁରୀ ଗାୟକ ପୱନ ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ପ୍ରାର୍ଥୀ ଘୋଷଣାର ଦିନକ ପରେ ଲଢିବାକୁ ମନା କରିଦେଇଛନ୍ତି ପୱନ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘‘ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଧନ୍ୟବାଦ । ଦଳ ମୋତେ ବିଶ୍ୱାସ କଲା ଓ ପଶ୍ଚିମବଙ୍ଗ ଆସାନସୋଲରୁ ପ୍ରାର୍ଥୀ ଘୋଷଣା କଲା, ହେଲେ କିଛି କାରଣରୁ ମୁଁ ଆସାନସୋଲରୁ ଲଢି଼ପାରିବି ନାହିଁ।’’

Related posts

ଇସ୍ରୋର ସବୁଠୁ ଓଜନିଆ ରକେଟରେ ସଫଳ ଉତକ୍ଷେପଣ

mahabharatanews

ଲସ୍କର-ଏ-ତୋଏବାର କାସିମ ଗୁଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା 

mahabharatanews

ଏଗଜିଟ୍ ପୋଲ ଉପରେ ରୋକ

mahabharatanews