ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିରୋଧ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍ ଏବଂ ଖାର୍କିଭ୍ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରଦୂତ। ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସହାୟତା ଲୋଡାଯାଇଛି । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଛି ୟୁକ୍ରେନ୍। ରୁଷିଆ ସହ ଭାରତର ଭଲ ସଂପର୍କ ରହିଛି ବୋଲି ୟୁକ୍ରେନ୍ ଦୂତାବାସ କହିଛନ୍ତି । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦିଙ୍କ ଆଲୋଚନା ଫଳପ୍ରଦ ରହିବ।
ତେଣୁ ଏହି ମାମଲାରେ ମୋଦି ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅପିଲ କରଯାଇଛି ।
previous post
next post
