Uncategorized

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ରାଜନେତାଙ୍କ ଖେଳ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ହେବ ନାହିଁ ବୋଲି ୧୮ ତାରିଖରେ ଭାରତର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ୪ କୋଟି ଓଡିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ମାନସିକସ୍ତରରେ ଗଭୀର ଆଘାତ ଲାଗିଛି । ବର୍ଷରେ ଥରେ ମହାପ୍ରଭୁ ମନ୍ଦିରରୁ ସାଧାରଣ ଜନତା ପାଇଁ ବଡ ଦାଣ୍ଡକୁ ଆସନ୍ତି । ଏହି ସମୟରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ରହିଛି । କିନ୍ତୁ ମହାମାରୀ କରୋନାର ଭୟାବହତାକୁ ନେଇ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ । ଏଥିନେଇ କୋଟିକୋଟି ଜଗନ୍ନାଥ ପ୍ରେମୀ ହତାଶ, କ୍ରୋଧିତ । ସମସ୍ତଙ୍କ ଗୋଟିଏ ଇଛା ପୁରୀକୁ ଭକ୍ତ ଯାଇ ଜଗନ୍ନାଥଙ୍କ ଦର୍ଶନ ପଛେ ନ କରୁ କିନ୍ତୁ ମହାପ୍ରଭୁ ବଡଦାଣ୍ଡକୁ ଆସନ୍ତୁ, ରଥକୁ ବିଜେ କରନ୍ତୁ, ମାଉସୀ ମା’ ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତୁ । କିନ୍ତୁ ମହାପ୍ରଭୁଙ୍କ ରଥକୁ ନେଇ ରାଜନୀତି ଜୋର ଧରିଛି । ଜଗନ୍ନାଥ ତଥା ଭକ୍ତଙ୍କ ଭାବାବେଗକୁ ନିଆଁ କରି ରାଜନେତା ସେମାନଙ୍କ ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି । ବହୁରୂପି ଏଣ୍ଡୁଅ ପରି ବଦଳାଉଛନ୍ତି ସେମାନଙ୍କ ରୂପ ।
ବିଜେଡି ବା ରାଜ୍ୟ ସରକାର ନିଜ ଦେଶରେ ନିଜ ଗରିମା, ସୁଶାସନକୁ ବଳବତ୍ତର ରଖିବାକୁ ଚଳିତ ବର୍ଷ କରୋନା ମହାମ।।ରୀ ମଧ୍ୟରେ ରଥ ନ କରିବାକୁ ନେଇ ଦାୟର ହୋଇଥିବା ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ଚାଲିଥିବା ବେଳେ ରାଜ୍ୟ ସରକାର ଖେଳ ଖେଳିଲେ । ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ କୋର୍ଟଙ୍କୁ ଜଣାଇଲେ ରଥ ହେଲେ ବଡଦାଣ୍ଡରେ ୧୦ରୁ ୧୨ ଲକ୍ଷ ଲୋକଙ୍କ ସମାଗମ ହେବ । କୋର୍ଟରେ ଯୁକ୍ତି ଉପସ୍ଥାପନ ବେଳେ ଅନୁଭୂତ ହେଉଥିବା ରଥ ନ କରିବାକୁ ଦୁଇ ପକ୍ଷ କୋର୍ଟରେ ଉପସ୍ଥିତ । ଯାଚିକା କର୍ତ୍ତା ଓ ସରକାର ଉଭୟଙ୍କ ଯୁକ୍ତି ରଥ ନ କରାଇବା ପକ୍ଷରେ ଯାଉଥିଲା । ଏହା ପରେ କୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ବିଜେପି ରାଜ୍ୟ ସଭାପତି, କଂଗ୍ରେସ ସଭାପତିି, ଗଜପତି ମହାରାଜ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ମହାପ୍ରଭୁଙ୍କ ଇଛା ତଥା କରୋନା ମହାମାରୀ ମଧ୍ୟରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ଯୁକ୍ତି ବଢିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୃଷ୍ଟି ହୋଇଥିଲା ଜନମତ । ଲୋକଙ୍କ ଜଗନ୍ନାଥ ସଂକୃତି ପ୍ରତି ଥିବା ନିଷ୍ଠା, ଏକାଗ୍ରତା, ଭକ୍ତି ଏହାକୁ ଗ୍ରହଣ ନ କରି ବିଷୋଦ୍ଗାର କରିଥିଲେ । ଏପରି କି କିଛି ବ୍ୟକ୍ତିବିଶେଷ ନିଜ ତରଫରୁ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାୟର କରିଥିଲେ । ଏପରି କି ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ରଥ ସପକ୍ଷରେ ଯାଚିକା ଦାୟର କରିବା ପରେ ରାଜନୈତିକ ଦଳର ମତରେ ପରିବର୍ତ୍ତନ ଦେଖାଦେଇଥିଲା । ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟସରକାରର ଅପାରଗତାକୁ ଦାୟୀ କରି ଲୋକଙ୍କ ଆଗରେ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେଇଥିଲେ । ୧୭ଟି ଯାଚିକା ଦାୟର ପରେ ପୁରୀ ବିଧାୟକ ପ୍ରାର୍ଥୀ ହୋଇଥିବା ଜାତୀୟ ବିଜେପି ମୁଖପାତ୍ରଙ୍କ ତରଫରୁ ରଥ କରାଇବା ପାଇଁ ପୁନର୍ବିଚାର ଯାଚିକା ଦାୟର କଲେ ।
ରଥ ସପକ୍ଷରେ ବହୁଥିବା ହାୱାକୁ ଦେଖି ଶେଷରେ ରାଜ୍ୟ ସରକାର ମଧ୍ୟ ବାଧ୍ୟବାଧକତାରେ ଦାୟର କଲେ ପୁନର୍ବିଚାର ଯାଚିକା । ଏବେ ସବୁ କିଛି ସୁପ୍ରିମକୋର୍ଟଙ୍କ ଉପରେ ନିର୍ଭର କରୁଛି । ତେବେ ରାଜନେତାଙ୍କ ମହାପ୍ରଭୁ ଜଗନ୍ନାଥ ତଥା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ।

Related posts

ୱାଶିଂ ମେସିନରେ ବି ସଫା କରି ହେବ ଏହି ସବୁ ଜିନିଷ

mahabharatanews

ସୁଣ୍ଠି, ଗୋଲମରିଚ, ଗିଲୋୟରେ ରହିଛି କୋରୋନା ନିରୋଧକ ଗୁଣ

mahabharatanews

ବାଲକୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

mahabharatanews

Leave a Comment