ଓଡିଶା

ରାହୁଲ ଅସୁସ୍ଥ; ମଲ୍ଲିକାର୍ଜୁନ କରିବେ ରାଲି ସମ୍ବୋଧିତ 

(ଦିଲ୍ଲୀ) : ବିଗିଡିଲା ରାହୁଲ ଗାନ୍ଧୀଙ୍କ ସ୍ବାସ୍ଥ୍ୟ ଅବସ୍ଥା। ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଲୋକସଭା ନିର୍ବାଚନ ମଧ୍ୟରେ ହଠାତ୍‌ ଅସୁସ୍ଥ ହୋଇ ପଡିଛନ୍ତି କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। ଏଥିଯୋଗୁ ସେ ରାଞ୍ଚିରେ ଆୟୋଜିତ ହୋଇଥିବା ରାଲିରେ ଆଉ ଯୋଗ ଦେଇପାରିନାହାନ୍ତି ।

ସୂଚନାନୁଯାୟୀ , କେବଳ ସେତିକି ନୁହେଁ ମଧ୍ୟପ୍ରଦେଶର ସତନାରେ ଅନୁଷ୍ଠିତ ହେବାକୁ ଥିବା ରାଲିରେ ମଧ୍ୟ ରାହୁଲ ଯୋଗ ଦେବେ ନାହିଁ। ଜୟରାମ ରମେଶ ନିଜ ଟ୍ୱିଟ୍‌ରେ କହିଛନ୍ତି, ସତନା ଏବଂ ରାଞ୍ଚିରେ ନିର୍ବାଚନ ପ୍ରଚାର ପାଇଁ ଆଜି ଇଣ୍ଡିଆ ମେଣ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ରାଲିରେ ରାହୁଲ ଗାନ୍ଧି ଯୋଗ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। କିନ୍ତୁ ସେ ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ ନୂଆଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ। ତାଙ୍କ ବଦଳରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡେଗ ସତନାରେ ହେବାକୁ ଥିବା ରାଲିରେ ସମ୍ବୋଧିତ କରିବେ।

Related posts

ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଡା.ଆମ୍ବେଦକର ଜୟନ୍ତି ପାଳନ କରାଯାଉଛି

mahabharatanews

 ଧୁଆଁମୟ ଦୀପାବଳି ପାଳିଲେ ଟ୍ୱିନ୍ ସିଟିବାସୀ 

mahabharatanews

ମାଙ୍କୁ ଦେଖି ଭାବ ବିହ୍ୱୋଳ ଭକ୍ତ: ତୃତୀୟ ଦିନରେ ଯାତ୍ରା

mahabharatanews