ଓଡିଶା

ତଳିଆ ଅଞ୍ଚଳରେ ବନ୍ୟା ପରସ୍ଥିତି ,ଫୁଲୁଛି ନଦୀ

(କନ୍ଧମାଳ): କନ୍ଧମାଳ ଜିଲ୍ଲାରେ ଗତ ୧୨ ଘଣ୍ଟା ମଧ୍ୟରେ ଜିଲ୍ଲାରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ବାଲିଗୁଡ଼ା, କ.ନୂଆଗାଁ, ଫିରିଙ୍ଗିଆ ବ୍ଲକରେ ପ୍ରବଳ ବର୍ଷା ହୋଇଥିବାରୁ ବାଘ, ଖଡ଼୍‌ଗ, କାଳିପେନୁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ଫୁଲବାଣୀରେ ପ୍ରବଳ ବର୍ଷା ହୋଇଥିବାରୁ ସାଲୁଙ୍କୀ ନଦୀରେ ବନ୍ୟା ପରସ୍ଥିତି ସୃଷ୍ଟି ହେବା ସହିତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

ସୂଚନାନୁଯାୟୀ , ଜିଲ୍ଲାର କ.ନୂଆଗାଁ ବ୍ଲକରେ ସର୍ବାଧିକ ୧୫୮ ମିମି. ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ୧୩୪ ମିମି. ବର୍ଷା ହୋଇଥିବା ବେଳେ ବାଲିଗୁଡ଼ାରେ ୧୨୦ ମିମି., ତୁମୁଡ଼ିବନ୍ଧରେ ୧୧୧ ମିମି., କୋଟଗଡ଼ରେ ୧୦୯ମିମି., ଫୁଲବାଣୀରେ ୧୦୨ ମିମି, ଚକାପାଦରେ ୩୦ ମିମି., ଘୁ.ଉଦୟଗିରିରେ ୧୦ ମିମି., ଦାରିଙ୍ଗିବାଡ଼ିରେ ୩୨ ମିମି., ଖଜୁରୀପଡ଼ାରେ ୪୩ ମିମି., ରାଇକିଆରେ ୭୩ ମିମି. ଓ ଟିକାବାଲିରେ ୭୨ ମିମି. ବୃଷ୍ଟିପାତ ରେକର୍ଡ଼ କରାଯାଇଛି। ଗତ ଦୁଇ ସପ୍ତାହ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷିଛି। ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।

 

Related posts

ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା

mahabharatanews

ନାରାୟଣପାଟଣାରେ ମାଓ ବ୍ୟାନର ଜବତ

mahabharatanews

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି

mahabharatanews