ଓଡିଶା

ଶିକ୍ଷକଙ୍କୁ ମିଳିବନି ଖରା ଛୁଟି

(ହରପ୍ରସାଦ /ମୃତ୍ୟୁଞ୍ଜୟ): ଏଣିକି ଶିକ୍ଷକଙ୍କୁ ମିଳିବନି ଖରା ଛୁଟି ।  ଗ୍ରୀଷ୍ମ ଅବକାଶରେ ଚାଲିବ ସ୍ୱତନ୍ତ୍ର କ୍ଲାସ୍ । ଖରାଦିନେ ସ୍କୁଲରେ ଥିବା ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଉଜ୍ଜ୍ଜଳ ଉତଥାନ ଉତ୍କର୍ଷ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇବେ ଶିକ୍ଷକ । ଶିକ୍ଷକଙ୍କ ଛୁଟିରେ ଲାଗିବ ରୋକ । ସବୁ ସରକାରୀ ଚାକିରୀଆ ପାଉଥିବା ଛୁଟି ସାଙ୍ଗକୁ ଶିକ୍ଷକମାନେ ଅତିରିକ୍ତ ଖରା ଛୁଟି ପାଉଥିଲେ । ଏବେ ଏହି ଖରା ଛୁଟିକୁ ବନ୍ଦ କରିବା ପାଇଁ ସରକାର ଯୋଜନା କରିଥିବାବେଳେ ଏହି ସମୟ ମଧ୍ୟରେ ପିଲାଙ୍କୁ ଅତିରିକ୍ତ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଢରୁ ୨ମାସ ପର୍ଯ୍ୟନ୍ତ ହେଉଥିବା ଏହି ଗ୍ରୀଷ୍ମ ଅବକାଶ ଛୁଟି ଦ୍ୱାରା ପିଲାମାନେ ପାଠପଢାରୁ ଦୂରେଇ ରହିବା ସହ କୋସ ଶେଷ କରିବାରେ ପଛେଇ ଯାଉଥିଲେ । ତେବେ ଏହି ଛୁଟି ବାତିଲ କରିବା ପରେ ଏବେ ଦୁର୍ବଳ ପିଲାଙ୍କ ଲାଗି ଆରମ୍ଭ ହୋଇଥିବା ଉଜ୍ୱଳ ଉତଥାନ,ଉତ୍କର୍ଷ ପାଠପଢାକୁ ଗୁରୁତ୍ୱ ଦିଆଯିବ । ସ୍କୁଲ ସ୍ତରରେ ଯେଉଁ ଛାତ୍ରଛାତ୍ରୀ ୩୫% କମ୍ ମାର୍କ ରଖିଥିବେ ସଂପୃକ୍ତ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ସମୟରେ କ୍ଲାସ ହେବ । ପ୍ରତିବର୍ଷ ଅପ୍ରିଲ ସୁଦ୍ଧା ପିଲାଙ୍କ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପରେ ଖରା ଛୁଟି ହେଉଛି । ରଜ ପର୍ବ ଶେଷ ହେବା ପରେ ଅର୍ଥାତ ଜୁନ ୧୫ ପରେ ସ୍କୁଲ ଖୋଲୁଛି । ଯାହାଫଳରେ ପ୍ରତିବର୍ଷ ଦୁର୍ବଳ ପିଲାଙ୍କ ଲାଗି ଅଧିକ ଗୁରୁତ୍ୱ ଦିଆଯାଇପାରୁନାହିଁ । ଏନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ।

Related posts

ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା, ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ

mahabharatanews

ଘନକୁହୁଡ଼ି : ୧୫ଜିଲ୍ଲାକୁ ସତର୍କ ଜାରି  

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ; ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୧୭ ଆକ୍ରାନ୍ତ  ଚିହ୍ନଟ 

mahabharatanews

Leave a Comment