ଓଡିଶା

ରାସ୍ତାଠୁ ଆରମ୍ଭ କରି ଗାାଁ ସବୁ ଆଡ଼େ ପୋକ , ଭୟରେ ଗ୍ରାମବାସୀ

ଗଞ୍ଜାମ : ଘରର କାନ୍ଥ ହେଉ କି ମୁଖ୍ୟ ରାସ୍ତା ସବୁଠି ଦେଖିବାକୁ ମିଳୁଛି କୁଢ଼ କୁଢ଼ ପୋକ । ତିନିଦିନ ହେଲା ଏହି ଅଦ୍ଭୁତ ପୋକ ଏଭଳି ରାସ୍ତା ପାର ହୋଇ ଗ୍ରାମର ଘର ମାନଙ୍କରେ ପ୍ରବେଶ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବ୍ଲକ ଆଠଗଡ଼ ପାଟଣା କାଳୀମନ୍ଦିର ଛକ ଠାରେ । ତିନି ଦିନ ହେଲା ଏହି ପୋକ ରାସ୍ତାକଡ଼ ବିଲରୁ ଆସୁଥିବାରୁ ଗ୍ରାମବାସୀ ଆତଙ୍କିତ ଭାବେ ରହିଛନ୍ତି । ଗ୍ରାମବାସୀ ଏହି ସମସ୍ୟା ନେଇ ପ୍ରଶାସନକୁ ଖବର ଦେଇଥିବା ବେଳେ ଏଯାବତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । କେବଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଆସି ଦେଖି ଯାଇଥିବା ବେଳେ ଏହି ପୋକଙ୍କ ଦ୍ୱାରା ଗ୍ରାମବାସୀ ରୋଗାକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି ।

Related posts

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ : ଗାଏବ ହୋଇଗଲା ୧୭ କିଲୋ ରୁପା, ୫ ଲକ୍ଷ ଟଙ୍କା

mahabharatanews

ଟାଣି ନେଇଥିଲା କୁମ୍ଭୀର, ମିଳିଲା ମହିଳାଙ୍କ ମୃତଦେହ

mahabharatanews

ବଜୁରୀ ଅନଲୋଡ କଲାବେଳେ ଜଳିଗଲା ଟିପର

mahabharatanews