ଭାରତ

ଘରୋଇ ସହାୟିକାଙ୍କ ଅଜବ କାଣ୍ଡ; ପାଣିରେ ନିଜ ପରିସ୍ରା ମିଶାଇ ଘର ପୋଛିବା ଅଭିଯୋଗରେ ଗିରଫ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଘଟିଛି ଗ୍ରେଟର ନୋଏଡାରେ । ଏଠାରେ ପୁଲିସ ଜଣେ ଘରୋଇ ସହାୟିକାଙ୍କୁ ଗିରଫ କରିଛି ଯିଏକି, ପାଣିରେ ନିଜର ପରିସ୍ରା ମିଶାଇ ମାଲିକଙ୍କ ଘର ପୋଛୁଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସହାୟିକା ଜଣକ ଘରପୋଛା ପାଣିର ବାଲ୍ଟି ଉପରେ ବସି ପରିସ୍ରା କରୁଥିବା କଏଦ ହୋଇଛି। ଫ୍ଲାଟ୍ ମାଲିକ ସମ୍ପୃକ୍ତ ସହାୟିକାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ କରୁଛି। ଅଭିଯୋଗ ଦାଖଲ କରିବା ସହିତ ଫ୍ଲାଟ୍ ମାଲିକ ପୁଲିସକୁ ଏହାର ଭିଡିଓ ଫୁଟେଜ୍ ମଧ୍ୟ ହସ୍ତାନ୍ତର କରିଥିଲେ। ଭିଡିଓରେ ସହାୟିକା ପାଣି ବାଲ୍ଟି ଉପରେ ବସି ପରିସ୍ରା କରୁଥିବା ଦେଖାଯାଉଛନ୍ତି। ପ୍ରଥମେ ମହିଳା ପୁଲିସ ସାମ୍ନାରେ ଘଟଣାକୁ ଅସ୍ୱୀକାର କରିଥିଲେ, କିନ୍ତୁ ପରେ ସେ ସତ ସ୍ୱୀକାର କରିଥିଲେ । ଏହାପରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା।

Related posts

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

mahabharatanews

ବିଶ୍ବ ଡୋପିଂ ଅପରାଧରେ ଭାରତ ପୁଣି ଶୀର୍ଷରେ

mahabharatanews

ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

mahabharatanews