ଅପରାଧଓଡିଶା

ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

(ମହାଭାରତ, ବରଗଡ): ବରଗଡ ଜିଲ୍ଲା ସୋହେଲା ବ୍ଲକ ଚକରକେନ୍ଦ୍ ଛକ ଠାରେ ଥିବା ‘ମାତୃଛାୟା’ ଆଶ୍ରମରେ ଯୌøନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଆଶ୍ରମରେ ରହିଥିବା ୩ ମହିଳା ଅନ୍ତେବାସିନୀ ସେଠାରୁ ଖସି ଆସି ବରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଧନୀ ଶ୍ରେଣୀର ବ୍ୟକ୍ତି ଏହି ଆଶ୍ରମ ଆସିଥାନ୍ତି । ମହିଳାମାନଙ୍କ ସହ ସମ୍ପର୍କ ରଖିଥାଆନ୍ତି । କେହି ଅନ୍ତେବାସିନୀ ଏହାର ବିରୋଧ କଲେ ସେମାନଙ୍କୁ ମାଡ ମରାଯାଇଥାଏ ବୋଲି ଅଭିଯୋଗ ହୋଇଛି । ତେବେ ଏଠାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ମାତୃଛାୟାର ପରିଚାଳକ ଖୋଦ ପ୍ରୋତ୍ସାହନ ଦେଇଥାନ୍ତି ବୋଲି ଉକ୍ତ ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି । ଯୌନ ନିର୍ଯାତନା ଅସହ୍ୟ ହେବାରୁ ଏହାର ବିରୋଧ କରି ଆଶ୍ରମର ୩ ଅନ୍ତେବାସିନୀ ଗତ ସୋମବାର କୌଶଳ କ୍ରମେ ଖସି ଆସି ଏ ବିଷୟରେ ଜଣାଇବା ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ହେମ ସାଗର ନାୟକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମାତୃଛାୟା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା ।

Related posts

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

୧୪୮ କୋଟି ବ୍ୟୟ ଅଟକଳରେ ପୁନଃନିର୍ମାଣ ହେଉଛି ଇନ୍ଦ୍ରାବତୀ ପାର୍କ

mahabharatanews

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

mahabharatanews