ଓଡିଶା

ସତ୍ୟବାଦୀ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା  ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପୁରୀ ସାଂସଦ ସମ୍ୱିତ ପାତ୍ର ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସଂପଦର ଅଭିବୃଦ୍ଧି ଏବଂ ପ୍ରାଣୀପାଳକ ଓ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଚାଷୀ  ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହୋଇ ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ସାମିଲ ହୋଇ  ଲାଭବାନ ହୋଇ ପାରିବେ ବୋଲି ବିଧାୟକ ମତପ୍ରକାଶ କରିଥିଲେ। ଏହି ଅବସରରେ ୮ଜଣ ସଫଳ ପ୍ରାଣୀପାଳକ ଓ ମତ୍ସ୍ୟଜୀବୀଙ୍କୁ ବିଧାୟକଙ୍କ  ଦ୍ୱାରା ସମ୍ବଦ୍ଧିତ କରାଯିବା ସହ   ୩୦ଜଣ ମତ୍ସ୍ୟଚାଷ ଓ ପ୍ରାଣୀପାଳନ ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ତେବେ କାର୍ଯ୍ୟକ୍ରମ ସତ୍ୟବାଦୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଏଏଫ୍ଓ, ବିଡିଓ, ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ , ବ୍ଳକ ଅଧ୍ଯକ୍ଷା, ଉପାଧ୍ଯକ୍ଷ  ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଳକର  ୮ଶହରୁ ଊର୍ଦ୍ଧ୍ବ ପ୍ରାଣୀପାଳକ ଓ ମତ୍ସ୍ୟଜୀବୀ ଯୋଗ ଦେଇଥିଲେ।

Related posts

ବୃଦ୍ଧି ପାଉଛି ହାତୀ ଆକ୍ରମଣ; ଚାଲିଗଲା ୨ଜୀବନ 

mahabharatanews

ଲକଡାଉନ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ

mahabharatanews

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews