ଓଡିଶା

ଟୋକନ ବ୍ୟବସ୍ଥାରେ ଅନିୟମିତତା, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

(ମହାଭାରତ, ବରଗଡ): ଟୋକନ ଅବ୍ୟବସ୍ଥା ନେଇ ପୁଣି ଚାଷୀ ଉତ୍ତେଜନା ଦେଖାଦେଇଛି । ବରଗଡ ଜିଲ୍ଲା ପଦମପୁର ଅଞ୍ଚଳର ଲାଖମରା କଲେଜ ଛକ ଠାରେ ଚାଷୀ ଏହି ଅବ୍ୟବସ୍ଥାକୁ ନେଇ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ, ପ୍ରାୟ ୩୦୦ ଚାଷୀ କଲେଜ ଛକ ରାସ୍ତାରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ରାସ୍ତା ଅବରୋଧ ଯୋଗୁ ଏଠାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବାରମ୍ବାର ଟୋକନ ଅବ୍ୟବସ୍ଥା ପାଇଁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ମାସ ମାସ ଧରି ମଣ୍ଡିରେ ବସ୍ତା ବସ୍ତା ଧାନ ପଡି ରହୁଛି । ସରକାରଙ୍କ ନିୟମ ଅନୁଯାୟୀ, ୧୫ ଦିନ ପୂର୍ବରୁ ଟୋକନ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ । ତେବେ ସରକାର ଏନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ବୋଲି ରାସ୍ତାରୋକ କରିଥିବା ଚାଷୀମାନେ ଚେତାବନୀ ଦେଇଛନ୍ତି ।

Related posts

ନିଟ୍ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ନବୀନ

mahabharatanews

ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ

mahabharatanews

ସାବଧାନ ବୁଲୁଛି ମହାବଳ !

mahabharatanews