ଓଡିଶା

 ଜନଶତାବ୍ଦୀ ଟ୍ରେନରେ ନିଆଁ

ସୋର: ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ ବଗିରେ ନିଆଁକୁ ନେଇ ଟ୍ରେନ ୧୫ ମିନିଟ ବିଳମ୍ବ । ବାଲେଶ୍ୱର ସୋର ଷ୍ଟେସନରେ ୧୫ ମିନିଟ ଟ୍ରେନ ଅଟକିବା ପରେ ନିଆଁକୁ ଲିଭାଯାଇଥିଲା । ସିଗାରେଟ ନିଆଁରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଏହାକୁ ନେଇ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ।
ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନର ଡି-୬ କୋଚରୁ ଧୂଆଁ ବାହାରିଥିଲା । ଟ୍ରେନ କର୍ମଚାରୀ ଯାଞ୍ଚ କରି ଏହି ଧୂଆ କୋଚର ବାଥରୁମରୁ ନିକଟରେ ଦେଖିବାକୁ ପାଇଥିଲେ । ତେବେ କୌଣସି ଯାତ୍ରୀ ସିଗାଟେ ଖାଇ ବାଥରୁମରେ ପକାଇଥିଲେ ଓ ଏହା ସେଠାରେ ଥିବା ଅଳିଆରେ ପଡିଯିବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସଫେଇ କର୍ମଚାରୀ ସଙ୍ଗେସଙ୍ଗେ ନିଆଁକୁ ଲିଭାଇଦେଇଥିଲେ । ତେବେ ଟ୍ରେନରେ ନିଆଁ ଲାଗିଥିବା ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ପ୍ରଚାର ହୋଇଯିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା । ଏଥିନେଇ ଟ୍ରେନ ୧୫ ମିନିଟ ଡେରିରେ ଷ୍ଟେସନ ଛାଡିଥିଲା ।

 

Related posts

ଲଗାଣ ବର୍ଷା ; ଲୋକଙ୍କୁ ଘାଟି ରାସ୍ତା ମନା

mahabharatanews

୨୬ରେ ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ ଚିହ୍ନଟ

mahabharatanews