ଭାରତରାଜନୀତି

ରାତି ପାହିଲେ ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ

ଉତ୍ତର ପ୍ରଦେଶ : ବାକି ରହିଲା ଆଉ ଗୋଟିଏ ରାତି । ରାତି ପାହିଲେ ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ତେବେ କାହା ଉପରେ ରହିଛି ଜନତାଙ୍କ ବିଶ୍ୱାସ ତାହା ଇଭିଏମ ଖୋଲିଲେ ହେବ ସ୍ପଷ୍ଟ । କିନ୍ତୁ ଏହାରି ପୂର୍ବରୁ  ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ବିଜେପି ହାୱା । ଏହାରି ଭିତରେ ଏବେ ସବୁ ଦଳର ନେତାଙ୍କ ମନରେ କିଏ ଜିତିବ ତାହା ନେଇ ଛନକା । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡା ମତକୁ ଆଧାର କରି ନିଜର ବିଜୟ ଦାବି କରୁଛନ୍ତି ରାଜନୈତିକ ଦଳ । ତେବେ ୟୁପିରେ ବହୁମତ ସହ ବିଜେପି ସରକାର ଗଠନ କରିବ ବୋଲି ଆଶା ରଖିଥିବା ବେଳେ ଅନ୍ୟ ଦଳ ମଧ୍ୟ ନିଜ ନିଜ ବିଜୟକୁ ନେଇ ରଖୁଛନ୍ତି ସ୍ପଷ୍ଟ ମତ । ଫଳରେ ନିର୍ବାଚନ ଶେଷ ହୋଇଥିଲେ ବି ଉତ୍ତର ପ୍ରଦେଶ ରାଜନିତୀର ତାତିରେ କିନ୍ତୁ ଲାଗିନି ବିରାମ । ତେବେ କିଏ ବସିବ ଉତ୍ତର ପ୍ରଦେଶର ଉତ୍ତରାଧିକାରୀ ଗାଦିରେ ତାହା ଜଣା ଜିବ ଆଉ ଗୋଟିଏ ରାତି ପରେ ।

Related posts

ମୁର୍ମୁଙ୍କ ନିର୍ବାଚନ ନିଶ୍ଚିନ୍ତ

mahabharatanews

ଉଦଘାଟନ ହେଲା ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପ 

mahabharatanews

ବଦଳୁଛି ଯୌତୁକର ପରିଭାଷା: ସୁପ୍ରିମ କୋର୍ଟ

mahabharatanews