ଭାରତ

ସିଲିଣ୍ଡର ବିସ୍ଫୋରଣରେ ୫ ମୃତ

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାବ୍ୟତୀତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା ବେଳେ ଏପରି ଅଘଟଣା ଘଟିଥିବା ସୂଚନା ରହିଛି।

ସୂଚନାନୁଯାୟୀ , ବିସ୍ଫୋରଣରେ ଗୁରୁତର ହୋଇଥିବା ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାକୋରିରେ ଏକ ଘରେ ସର୍ଟ ସର୍କିଟ ଯୋଗୁଁ ଦୁଇଟି ସିଲିଣ୍ଡର ବିସ୍ଫୋରଣ ହୋଇ ମୋଟ ନଅ ଜଣ ଆହତ ହୋଇଥିଲେ। ଏହା ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ପିଲା ମଧ୍ୟ ଅଛନ୍ତି। ସେପଟେ ବାକି ଚାରି ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Related posts

‘ଅପରେସନ୍ ଅଜୟ’: ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ 

mahabharatanews

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

mahabharatanews

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି 

mahabharatanews