ଭାରତସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତକାଲି ୧୧,୫୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହିଛି। ଏହା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ସମ୍ପ୍ରତି ଦେଶରେ ଦୈନିକ ପଜିଟିଭିଟି ହାର ୪.୧୫% ଏବଂ ସାପ୍ତାହିକ ପଜିଟିଭିଟି ହାର ୩.୫୯% ଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚାନୁସାରେ , ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୩୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୬ମୃତ୍ୟୁ ରେକର୍ଡ କରାଯାଇଛି।୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୯,୫୩୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୪୮,୯୬୦ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୩୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୭,୩୬୮ରେ ପହଞ୍ଚିଛ। ଏଥିରେ କେରଳ ପିଛିଲା ଭାବେ ୧୦ଜଣଙ୍କ ମୃତ୍ୟୁ ସଂଯୋଗ କରିଛି।ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୧,୭୨୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୩୭,୨୩,୯୪୪।

ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୫୯% ରହିଛି।ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୬୪୮ ଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୨୨% ଏବଂ ବହୁଦିନ ପରେ ଦୁଇ ଦିନ ହେବ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ତଳକୁ ରହୁଛି।

Related posts

ବନ୍ୟାରେ ଉବୁଟୁବୁ ପଶ୍ଚିମ ଭାରତ

mahabharatanews

୧୪ ଲକ୍ଷ ଦୀପରେ ପ୍ରଭୁ ରାମଚନ୍ଦ୍ର 

mahabharatanews

ମନୀଷ ସିସୋଦିଆଙ୍କ ଶୁଣାଣି ସ୍ଥଗିତ

mahabharatanews