ଓଡିଶା

ୟଶଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର

 (ଦିଲ୍ଲୀ ): ଆଜି ଦିଲ୍ଲୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ସମାଜସେବା, କଳା, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଓ ଉଲ୍ଲେଖନୀୟ କୃତିତ୍ବ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ଦିଆଯାଇଥାଏ। ୧୦ଜଣ ଝିଅଙ୍କ ସମେତ ୨୨ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି କ୍ରମରେ ଭୁବନେଶ୍ବରର ବାସିନ୍ଦା ୟଶଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲରେ ପଢ଼ି ସାରିଥିବା ୟଶ ଅଧ୍ୟୟନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଏହି ପୁରସ୍କାର ପାଇବା ଲାଗି ମନୋନୀତ କରାଯାଇଛି। ତାଙ୍କୁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ, ମେଡାଲ, ଟାବଲେଟ୍, ପ୍ରମାଣପତ୍ର ଏବଂ ଏକ ପ୍ରଶଂସା ପତ୍ର ମିଳିଛି।
ଡିଏଭି ଚନ୍ଦ୍ରଶେଖରପୁରରେ ପଢ଼ା ସାରି ୟଶ ଏବେ କୋଟାର ସାର୍ ପଦମପତ ସିଙ୍ଘାନିଆ ସ୍କୁଲରେ ପଢ଼ୁଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସିଙ୍ଗାପୁର ଏସିଆନ୍ ମ୍ୟାଥେମେଟିକ୍ସ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ସେ ୪୦୦ଟି ପୁରସ୍କାର ଜିତି ସାରିଥିବା ବେଳେ ୨୦୦ଟି ପଦକ ହାସଲ କରି ସାରିଛନ୍ତି।

Related posts

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

mahabharatanews

ସ୍ୱାଦ ପକ୍ଷରୁ ହାତଧୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

mahabharatanews

16 ତମ ଜାତୀୟ ମତଦାତା ଦିବସ -2026 ଅନୁଷ୍ଠିତ ହୋଇ ଯାଇଛି

mahabharatanews