(ଲକ୍ଷେ୍ନø): ଉତ୍ତରପ୍ରଦେଶର ରାମପୁର ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ ହୋଇଛି । ଆହ୍ଲାବାଦ ହାଇକୋର୍ଟ ତାଙ୍କର ନିର୍ବାଚନ ରଦ୍ଧ କରିବା ପରେ ୟୁପି ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବିଧାନସଭାରୁ ତାଙ୍କ ସଦସ୍ୟତା ଡିସେମ୍ବର ୧୬ରୁ ରଦ୍ଧ ବୋଲି ଧରାଯିବ ତାହା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟ ୨୦୧୯ ଡିସେମ୍ବର ୧୬ରେ ରାମପୁରର ସ୍ୱାର ବିଧାନସଭା ମଣ୍ଡଳିରୁ ବିଧାୟକ ଅବଦୁଲ୍ଲା ଖାନଙ୍କ ନିର୍ବାଚନ ରଦ୍ଧ କରି ଦେଇଥିଲେ । ଜାଲ୍ ପ୍ରମାଣପପତ୍ର ଦାଖଲ ଅଭିଯୋଗରେ କୋର୍ଟ ଅବଦଲ୍ଲାଙ୍କ ବିଧାନସଭା ନିର୍ବାଚନ ରଦ୍ଧ କରିଥିଲେ । ବିଏସପି ନେତା ନବାବ କାଜିମ ଅଲ୍ଲି ଅବଦୁଲ୍ଲାଙ୍କ ଦସ୍ତାବିଜକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ହାଇକୋର୍ଟରେ ମାମଲା ଚାଲିଥିଲା । ପ୍ରମାଣ ସ୍ୱରୁପ ଅବଦୁଲ୍ଲାଙ୍କ ମାଟ୍ରିକ ମାର୍କସିଟ୍, ପ୍ୟାନ କାର୍ଡ ଆଦି ଅଦାଲତରେ ଉପସ୍ଥାପନ କରାଯାଇଥିଲା । ସମସ୍ତ ପ୍ରମାଣ ତାଙ୍କ ବିରୁଦ୍ଧରେ ଯିବାରୁ ତାଙ୍କର ନିର୍ବାଚନ ରଦ୍ଧ କରାଯାଇଥିଲା ।
previous post
next post