Uncategorized

ଅର୍ଦ୍ଧସାମରିକ ଫୋର୍ସର ବିଲୟ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳଗୁଡିକ ନିଜ ମଧ୍ୟରେ ବିଲୟ ଯୋଜନାର ପ୍ରସ୍ତୁତି ଶେଷ ହୋଇଛି । ଏହା ଅନ୍ତର୍ଗତ ବିଭିନ୍ନ ଅର୍ଦ୍ଧସାମରିକ ବଳର କର୍ମୀ, ଯେଉଁମାନେ ୪୦ ବର୍ଷରୁ ଅଧିକ ଥିବ ସେମାନଙ୍କୁ ସେମାନଙ୍କ ମୂଳ ଫୋର୍ସରୁ ଅନ୍ୟ କୌଣସି ଫୋର୍ସକୁ ପଠାଯାଇ ପାରିବ । ଏହି ଯୋଜନାର ପ୍ରଭାବ ଦେଶର ସବୁଠାରୁ ବଡ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ସିଆରପିଏଫ ଉପରେ ପଡିବ । ଏହି ଫୋର୍ସର ସଂଖ୍ୟ ଅନ୍ୟ ଫୋର୍ସଠାରୁ ଅଧିକ ରହିବ ।

ସିଆରପିଏଫରେ ୪୦ ବର୍ଷରୁ ଅଧିକ ବର୍ଷର ସୈନିକଙ୍କୁ ସିଆଇଏସଏଫ ଓ ଏସଏସବିକୁ ପଠାଯିବ । ସେମାନଙ୍କ ମଧ୍ୟରୁ କିଛି ଯବାନଙ୍କୁ ସିଆରପିଏଫର ନନ୍ କମ୍ବେଣ୍ଟ ୱାଙ୍ଗରେ ନୂଆ ଦାୟିତ୍ୱ ମିଳିବ । ଏହି ବିଲୟ ଯୋଜନାର ପ୍ରାରମ୍ଭ ଚଳିତ ବର୍ଷରୁ ହେବ । ପ୍ରଥମ ବ୍ୟାଚ ପରୀକ୍ଷଣ ଭୂଳକଭାବେ ପ୍ରସ୍ତୁତ ରହିବେ । ଏହା ଅନ୍ତର୍ଗତ ଖୁବ ଶୀଘ୍ର ୨ ହଜାର ଯବାନଙ୍କୁ ଅନ୍ୟ ଫୋର୍ସକୁ ପଠାଯିବା ପ୍ରକ୍ରିୟା ଆରମ୍ଭ କରାଯିବ । ଦେଶରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳଙ୍କ ସଂଖ୍ୟ।। ୧୦ ଲକ୍ଷରୁ ଅଧିକ ରହିଛି । ସିଆରପିଏଫରେ ହିଁ ୩. ୨୫ ଲକ୍ଷରୁ ଅଧିକ ଅଧିକାରୀ ଓ ଯବାନ ଅଛନ୍ତି । ସରକାର ଚାହୁଁଛି, ଏହି ଫୋର୍ସରେ କମ୍ବେଣ୍ଟ ଅପରେସନରେ ଅଧିକରୁ ଅଧିକ ଯୁବକଙ୍କୁ ସୁଯୋଗ ଦିଆଯାଉ ।

Related posts

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

mahabharatanews

ଭୋପାଳରେ କାଉ ମଡକ ପରେ ବାର୍ଡ ଫ୍ଲୁ ନେଇ ସତର୍କ କଲା ସରକାର

mahabharatanews

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

mahabharatanews

Leave a Comment