Uncategorizedଅପରାଧ

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

ନୂଅ।ଦିଲ୍ଲୀ: ୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଚଳନ୍ତା ବସରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ହୋଇଥିବା ଅ ।ବେଦନର ଶୁଣାଣିକୁ ଦିଲ୍ଲୀ ପଟିଅ ।ଲା ହାଉସ୍ କୋର୍ଟ ଘୁଞ୍ଚାଇ ଦେଇଛନ୍ତି । ଅ ।ସନ୍ତା ୧୮ ତାରିଖରେ ଏହି ଅ ।ବେଦନର ଶୁଣାଣି ହେବ ।

ର୍ନିଭୟା ମାମଲାର ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାବି କରି ର୍ନିଭୟାଙ୍କ ମା’ ପଟିଅ ।ଲା ହାଉସ କୋର୍ଟରେ ପିଟିଶନ ଦାଖଲ କରିଥିଲେ । ଶୁକ୍ରବାର ଏହାର ଶୁଣାଣି ହୋଇଥିଲା । କୋର୍ଟ ଶୁଣାଣି ସମୟରେ କହିଥିଲେ ଯେ, ସୁପ୍ରିମକୋର୍ଟରେ ଜଣେ ଦୋଷୀଙ୍କ ସମୀକ୍ଷା ଅ ।ବେଦନ ବି·ରାଧୀନ ରହିଛି । ଏହା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯିବ । ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ରାୟ ଦିଅ ।ଯିବ । ଅ ।ସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ । ଏହା ପରେ ୧୮ ତାରିଖ ଅପରାହ୍ନ ୨ଟାରେ ପିଟିଅ ।ଲା ହାଉସ କୋର୍ଟରେ ଶୁଣାଣି ହେବ । ଭିଡିଓ କନ୍ଫରେନ୍ସିଂ ଜରିଅ ।ରେ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।

ଅପରପକ୍ଷରେ ନର୍ଭୟାଙ୍କ ମା ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ତାଙ୍କ ବିଶ୍ୱାସ ଥିଲା, ଚଳିତ ବର୍ଷ ଡିସେମ୍ବର ୧୬ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । କିନ୍ତୁ ତାହା ହେଲା ନାହିଁ । ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସେ କ୍ଷୋଭକ୍ତି ପ୍ରକାଶ କରିଛନ୍ତି ।

Related posts

ପଙ୍ଗୋଗ ହ୍ରଦରେ ପଛଘୁଞ୍ଚା ଦେଲା ଚୀନ

mahabharatanews

ଆତଙ୍କବାଦୀ ସଂଗଠନର ୪୬୦ କୋଟି ଟଙ୍କା ଅବରୋଧ କଲା ଆମେରିକା

mahabharatanews

ବଲାଙ୍ଗିରରେ ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

mahabharatanews

Leave a Comment