Uncategorized

ଏହି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ରୂପା ମୁଦି

(ମହାଭାରତ): ମହିଳା ମାନଙ୍କ ଜୀବନରେ ସୁନା,ରୂପାର ଏକ ବିଶେଷ ମହତ୍ତ୍ୱ ରହିଥାଏ । ଦୁନିଆରେ କଦବା କୋଚିତ ମହିଳା ଏମିତି ଥିବେ ଯାହାଙ୍କୁ ସୁନା ରୂପାରେ ନିର୍ମିତ ଆଭୂଷଣ ଏତେଟା ପସନ୍ଦ ନଥିବ । ଏହି ଗହଣା ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱଗୁଣିତ କରୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ରରେ ବି ଏହାକୁ ନେଇ ବିଶେଷ ମହତ୍ତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ରୂପା ଆପଣଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିପାରିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରୂପାର ସିଧାସଳଖ ସମ୍ପର୍କ ଚନ୍ଦ୍ର ଓ ଶୁକ୍ରଙ୍କ ସହ ରହିଛି ।
ମାନ୍ୟତା ଅନୁଯାୟୀ, ଚାନ୍ଦିର ସୃଷ୍ଟି ଭଗବାନ ଶିବଙ୍କ ତୃତୀୟ ନେତ୍ରରୁ ହିଁ ହୋଇଥିଲା । ତେଣୁ ବିଶ୍ୱାସ କରାଯାଏ କି ରୂପା ଜୀବନରେ ସୁଖ ସମୃଦ୍ଧି ବଢିବାରେ ମଧ୍ୟ ସହାୟକ ହୋଇଥାଏ । ବାସ୍ତୁ ଅନୁଯାୟୀ ଯାହା ପାଖରେ ଚାନ୍ଦିଥାଏ, ସେମାନଙ୍କ ଜୀବନରେ କୌଣସି ଧରଣରର ଅଭାବ ରହିନଥାଏ । ବିଶେଷ ଭାବେ ଗୁରୁଜନମାନେ ଦେଇଥିବା ଚାନ୍ଦିର ଉପହାର ଭାଗ୍ୟ ପରିବର୍ତ୍ତନ କରିଦେଇପାରେ ।
ଚାନ୍ଦି ବା ରୂପାର ଅନେକ ସୁଗୁଣ ଥିଲେ ବି ଜ୍ୟୋତିଷଙ୍କ ଅନୁଯାୟୀ ପ୍ରତି ବ୍ୟକ୍ତିଙ୍କ ପାଇଁ କିନ୍ତୁ ଏହା ଶୁଭପ୍ରଦ ହୋଇନଥାଏ । କନ୍ୟା, ଧନୁ,ମେଷ ରାଶିର ବ୍ୟକ୍ତିମାନେ ଚାନ୍ଦି ଧାରଣ କରିବା ଉଚିତ ନୁହେଁ । ନଚେତ କୌଣସି ଶୁଭ କାର୍ଯ୍ୟରେ ଅଶୁଭ ଫଳ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବି ଦେଖା ଦେଇପାରେ ।

Related posts

ସିଏଏ ଉଚ୍ଛେଦ କରିବାକୁ ଗୋଆ ଆର୍କ ବିଶପଙ୍କ ଅପିଲ୍

mahabharatanews

ଓଏନଜିସି ତୈଳ ବିଶୋଧନାଗାରରେ ନିଆଁ

mahabharatanews

ସେନା ଗୁଳିରେ ୩ ଆତଙ୍କୀ ନିହତ

mahabharatanews

Leave a Comment