Uncategorized

କରୋନା ମୃତ୍ୟୁ ସଂଖ୍ୟା ୨୬୨୦

ବେଜିଂ: ଚାଇନାରେ ପ୍ରାଣଘାତୀ କରୋନା ସଂକ୍ରମଣରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାରେ ଲାଗଇଛି । ଏହି ସଂଖ୍ୟା ୨୫୯୨ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟା ୭୭,୧୫୦ ହୋଇଛି । ଅନ୍ୟପଟେ ଚୀନବାହାରେ ସରକାରୀ ଭାବେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ କରୋନ। ଯୋଗୁ ସାରା ବିଶ୍ୱରେ ୨୬୨୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୭୯ ହାଜରରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି । କିନ୍ତୁ ବେସରକାରୀ ଭାବେ ଅଧିକ ଥିବା ଆଶଙ୍କା କରାଯାଉଛି । ଚୀନ ନାସନାଲ ହେଲଥ କମିଶନ ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୦୯ ଜଶଙ୍କ କରୋନାରେ ମୃତ୍ୟୁ ହୋଇ ମୃତ୍ୟୁସଂଖ୍ୟା ୨୫୯୨ରେ ପହଞ୍ଚିଛି । କରୋନାରେ ଉତ୍ପତି ସ୍ଥଳ କୁହାଯାଉଥିବା ହୁବେଇରେ କେବଳ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି । କରୋନା ଆଙ୍କ।ରେ ଆଉ ୬୨୦ ଜଣ ଲୋକଙ୍କୁ ଆବର୍ଜଭେସନରେ ରଖାଯାଇଛି । ରବିବାର ରାତି ସୁଦ୍ଧା ୨୪,୭୩୪ ଜଣଙ୍କୁ ଚିକିତ୍ସା ପରେ ଘରକୁ ଛଡା ଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ସଂଖ୍ୟା ୧,୦୫୩ରୁ ଖସି ୯,୯୧୫ ହୋଇଛି । ଚୀନ ବାହାରେ ଇରାନରେ ୮ ଜଣ, ଦକ୍ଷିଣ କୋରିଆରେ ୭ ଜଣ, ଜାପାନରେ ୪ ଜଣ, ଇଟାଲିରେ ୩ ଜଣ, ହକଂରେ ୨ ଜଣ, ଫ୍ରାନ୍ସ, ତାଇୱାନ ଓ ଫିଲିଫାଇନ୍ସରେ ଜଣେ ଲେଖା କରୋନାରେ ମୃତ୍ୟୁ ବରଣ କରିଛନ୍ତି ।

Related posts

ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ

mahabharatanews

ଆଫଗାନିସ୍ତାନ ଛାଡ଼ିଲା ଆମେରିକା

mahabharatanews

ସିଏଏ ମୁସଲମାନ ବିରୋଧୀ ନୁହେଁ: ରଜନୀକାନ୍ତ

mahabharatanews

Leave a Comment