(ମହାଭାରତ) ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମ କୋର୍ଟ ୨୦୦୨ ମସିହା ଗୁଜୁରାଟ ସାମ୍ପ୍ରତିକ ଦଙ୍ଗା ମାମଲାରେ ସରଦାରପୁର ଗ୍ରାମର ୧୪ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୧୪ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ଦୋଷୀମାନଙ୍କୁ ପୂର୍ବରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ବେଲ ସମୟରେ ସେମାନଙ୍କୁ ସାମ।।ଜିକ କାର୍ଯ୍ୟକ୍ରମ କରିବା ସହ ଭଗବତ ମାର୍ଗରେ କାର୍ଯ୍ୟ କରିବାକୁ କହିଛନ୍ତି । ଏହି ମାମଲାରେ କୋର୍ଟ କହିଛନ୍ତି, ଗୋଟିଏ ବ୍ୟାଚ ଦୋଷୀ ଇନ୍ଦୋର ଯାଉଥିବା ବେଳେ ଅନ୍ୟମାନେ ଜବଲପୁର ଯିବେ । ଭୋପାଲ ଆଇନ ସେବା କର୍ତ୍ତୃପକ୍ଷ ଦୋଷୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ପ୍ରସ୍ତାବ ସେବା ସହ ପ୍ରତି ୩ ମାସରେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ପାଇଛନ୍ତି ।
ସୂଚନାଯୋଗ୍ୟ, ଗୁଜୁରାଟ ହାଇକୋର୍ଟଙ୍କ ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରି ଦୋଷୀମାନେ ସୁପ୍ରିମ କୋର୍ଟକୁ ଯାଇଥିଲେ । ୨୦୦୨ ଫେବୃଆରୀ ୨୭ ତାରିଖରେ ଗୋଧ୍ରା ରେଳ ଷ୍ଟେସନରେ ସାବରମତି ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗୁଜୁରାଟରେ ୩ ଦିନ ବ୍ୟାପୀ ଦଙ୍ଗା ସୃଷ୍ଟି ହୋଇଥିଲା । ଏଥିରେ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଜାମିନ ପାଇଥିବା ୧୪ ଜଣ ଦୋଷୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏମାନେ ହେଲେ ପ୍ରହଲାଦ ଭାଇ, ଜଗାଭାଇ ପଟେଲ, ବିଜୟ ଭାଇ, ରାଜିବ ଭାଇ ପଟେଲ, ଦିଲିପ ଭାଇ, ବିନୁ ଭାଇ ପ୍ରମୁଖ ।
previous post
next post