Uncategorized

ଟ୍ରକରୁ ସାଢେ ୩ ଲକ୍ଷ ଟଙ୍କାର ପିଆଜ ଚୋରି

(ପାଟନା): କିଛି ଦିନର ବ୍ୟବଧାନ ପରେ ପୁଣି ପିଆଜ ଚୋରି ଘଟଣା ସାମ୍ନାକୁ ଆସିଛି । ପିଆଜର ଦର ଆକାଶଛୁଆଁ ହୋଇଥିବା ବେଳେ ଗତ କିଛି ଦିନ ତଳେ ମହାରାଷ୍ଟ୍ରରେ ଏକ ପିଆଜ ବୋଝେଇ ଟ୍ରକରୁ ଚୋରି ହେବା ପରେ ଏବେ ସମାନ ଢଙ୍ଗରେ ବିହାରରେ ପିଆଜ ଚୋରି ହୋଇଛି । ଗତ ଗୁରୁବାର ରାତିରେ ବିହାରର କୈମୁର ଜିଲ୍ଲା ମୋହନିଆ ଥାନା ଅଞ୍ଚଳରେ ଆହ୍ଲାବାଦ ଯାଉଥିବା ଏକ ପିଆଜ ଭର୍ତ୍ତି ଟ୍ରକରୁ ସାଢେ ୩ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୫ ଟନ୍ ପିଆଜ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଭାବେ ଏହି ଚୋରମାନେ ଏଭଳି ସତର୍କତାର ସହ ପିଆଜ ଲୁଟିଛନ୍ତି ଯେ, ସେମାନଙ୍କୁ ଖୋଜିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ଅଭିଯୋଗ ଅନୁସାରେ, ରାତି ସାଢେ ୧୦ଟା ବେଳେ ଏକ କାର୍ ଯୋଗେ ୬ ଜଣ ଦୁର୍ବୃତ୍ତ ରାସ୍ତାରେ ପିଆଜ ବୋଝେଇ ଟ୍ରକଟିକୁ ଅଟକାଇ ଡ୍ରାଇଭରଙ୍କୁ ପିସ୍ତଲ ଦେଖାଇ ଡରାଇଥିଲେ । ପରେ ଟ୍ରକଟିକୁ ଅପହରଣ କରି ଏକ ଅଜ୍ଞାତ ସ୍ଥାନକୁ ନେଇ ସେଠାରେ ପିଆଜ ବସ୍ତାଗୁଡିକୁ କାଢି ଏକ ଗାଡିରେ ଲଦି ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଏହାପରେ ଆଉ କିଛି ଦୁର୍ବୃତ୍ତ ଟ୍ରକ୍ ଚାଳକଙ୍କୁ ଜୋର ଜବରଦସ୍ତ ଏକ କାରରେ ବସାଇ କିଛି ବାଟ ନେଲା ପରେ ଏକ ନିଛାଟିଆ ସ୍ଥାନରେ ଛାଡି ଦେଇଥିଲେ । ପରେ ଉକ୍ତ ଡ୍ରାଇଭର ଜଣକ କୌଣସି ମତେ ଲିଫ୍ଟ ମାଗି ଟ୍ରକ ପାଖରେ ପହଞ୍ଚି ଆହ୍ଲାବାଦରୁ ପିଆଜ ମଗାଇଥିବା ବ୍ୟବସାୟୀଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ । ଏହାପରେ ବ୍ୟବସାୟୀ ଜଣକ ନିକଟସ୍ଥ ଥାନାରେ ଅଭିଯୋଗ ଦାଖଲ କରିଥିଲେ ।

Related posts

ୟୁକେର ପ୍ରଥମ ମହିଳା ଆତ୍ମଘାତୀ ବୋମା ଷଡଯନ୍ତ୍ରକାରୀ ଶ୍ରୀଲଙ୍କାପରି ଏକ ଆତଙ୍କୀ ଆକ୍ରମଣର ଯୋଜନା କରୁଥିଲେ

mahabharatanews

ଇରାକ ନଯିବାକୁ ଭାରତୀୟଙ୍କୁ ବୈଦେଶିକ ମନ୍ତ୍ରାଳୟର ପରାମର୍ଶ

mahabharatanews

ସବୁ ଧର୍ମରେ ଛାଡ୍ରପତ୍ର ଆଇନ୍ ଏକ ନେଇ କେନ୍ଦ୍ର ମତ ଲୋଡିଲେ ସୁପ୍ରିମ କୋର୍ଟ

mahabharatanews