(ମୁମ୍ବାଇ): ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ । ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଚୁକ୍ତିନାମା ସାଇନ୍ କରିଥିବା ମଧ୍ୟ ଜଣାପଡିଛି । ଫିଲ୍ମର ନିର୍ମାଣ ଗୋ ଗୋଆ ଗୋଲିଉଡ ପ୍ରଡକସନ ପକ୍ଷରୁ କରାଯିବ । ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଡିସେମ୍ବର ୧୩ ଅର୍ଥାତ ପାରିକରଙ୍କ ଜନ୍ମଦିନରେ ଏହା ରିଲିଜ୍ କରାଯିବାର ଯୋଜନା ରହିଛି । ତେବେ ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ କୋଙ୍କଣୀ ଭାଷାରେ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧୭ରେ ପାରିକରଙ୍କର ମୃତ୍ୟୁ ହୋଇଥିଲା । ସେ ଦୀର୍ଘଦିନ ଧରି କ୍ୟାନସର ରୋଗରେ ପୀଡିତ ଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏହି ଫିଲ୍ମର ପ୍ରଯୋଜକ ସ୍ୱପ୍ନିଲ ଶ୍ତେକର କହିଛନ୍ତି, ଏଥିରେ ପାରିକରଙ୍କ ରାଜନୈତିକ ଓ ନିଜସ୍ୱ ଜୀବନ ଉପରେ ଗୁରୁତ୍ୱ ଦିଆଯିବ । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରୁ ଏହି ଫିଲ୍ମର କାମ ଆରମ୍ଭ ହୋଇଥିବା ସେ କହିଛନ୍ତି ।
previous post
next post