ଓଡିଶା

ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ

କୋରାପୁଟ: ଓଡିଶା ସୀମାନ୍ତ ବର୍ତ୍ତୀ ଗ୍ରାମରେ ଆନ୍ଧ୍ର କରୁଛି ପଞ୍ଚାୟତ ନିର୍ବାଚନ । ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ । ଏକ ନିର୍ମାଣାଧୀନ ଚର୍ଚ୍ଚକୁ ଭୋଟ କେନ୍ଦ୍ର କରାଯାଇଛି । ଆନ୍ଧ୍ର ପୁଲିସର କଡା ସୁରକ୍ଷା ଭିତରେ ନିର୍ବାଚନ ଚାଲିଛି । ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କେନ୍ଦ୍ରକୁ ବୁହାଯାଉଛି । ଏକାଧିକ ଗାଡି ଆନ୍ଧ୍ର ପକ୍ଷରେ ସେଠାରେ ନିୟୋଜିତ ହୋଇଛି ଭୋଟରଙ୍କୁ ବୋହିବାକୁ ।
କୋଟିଆର ୨୧ଟି ଗାଁ ଓ ୭ଟି ହାମଲେଟକୁ ମିଶାଇ ୩ଟି ପଞ୍ଚାୟତ କରିଛି । ଏଗୁଡିକ ହେଲା ଗଞ୍ଜେଇ ପଦର, ଫଗୁଣସିନେରୀ ଓ ପାଟୁସିନେରୀ । ଓଡିଶାର ଏହି ଗାଁ ଗୁଡିକର ନାଁ ବି ପରିବର୍ତ୍ତନ କରିଛି ଆନ୍ଧ୍ର। ଗଞ୍ଜେଇ ପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ଏମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ପାଟୁସିନେରୀରେ ଦୁଇ ଜଣ ପ୍ରାର୍ଥୀ ଥିବାରୁ ଏଠାରେ ଆଜି ଭୋଟ୍ ଗ୍ରହଣ କରାଉଛି ଆନ୍ଧ୍ର ।
ଶୁକ୍ରବାର ଓଡିଶାର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ରର ମତାମତ ଲୋଡିଛନ୍ତି ଓ ନିର୍ବାଚନକୁ ନେଇ ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ହେବ ବୋଲି ସୂଚନା ମିଳିଛି ।

 

The side Cialis With Priligy effects of Viagra are worse because the med. cialis vs viagra Medicamento Novosil Pra Que Serve.

Related posts

ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା

mahabharatanews

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଯୋଗାଇ ଦିଆଯିବ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି

mahabharatanews

ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ

mahabharatanews