ଓଡିଶା

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ସହାୟତା

ପୁରୀ: ଶ୍ରୀମନ୍ଦିର ସେବାୟତମାନେ ଖୁବ୍ଶୀିଘ୍ର ଦ୍ୱିତୀୟ କିସ୍ତିର ସହାୟତା ପାଇବେ । ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସୂଚନା ଦେଇଛନ୍ତି । କରୋନା ପରିପ୍ରେକ୍ଷୀରେ ସେବାୟତମାନଙ୍କୁ ସହାୟତା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ୫୦୦୦ ଟଙ୍କା କରି ସହାୟତା ଯୋଗାଇ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ମଧ୍ୟ ଅନୁରୂପ ପରିମାଣ ସହାୟତା ଦିଆଯିବ । ସେବକମାନଙ୍କ ମଙ୍ଗଳ ପାଇଁ ନିଆଯାଉଥିବା ବିଭିନ୍ନ କାର୍ୟ୍ୟର ସମୀକ୍ଷା ପରେ ଡକ୍ଟର କୁମାର ଏହି ସୂଚନା ଦେବା ସହିତ କରୋନା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ସେବକଙ୍କ ପାଉଣା ଉପରେ ଏହାର ପ୍ରଭାବ ପଡୁଥିବା କହିଛନ୍ତି । ଏହା କିଭଳି ପୂରଣ କରାଯାଇ ପାରିବ ଆଜି ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି । ଯେଉଁ ସେବକମାନେ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ ହୋଇନାହାନ୍ତି ତୁରନ୍ତ ସେମାନଙ୍କ ନାମ ବୀମା ତାଲିକାରେ ଅନ୍ତଭୁକ୍ତ ପାଇଁ ନିଷ୍ପତ୍ତି ହୋଇଛି ।
ଦଇତାପତି ନିଯୋଗ ସହିତ ଯେଉଁସବୁ ନିଯୋଗଗୁଡିକ ମନ୍ଦିର ଭିତରେ ସେବା କରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ସେବକମାନଙ୍କୁ ପ୍ରାୟ ୫ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ସହାୟତାରେ ଅଥବା ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଭାବେ ଏହି ମାସ୍କ ପ୍ରସ୍ତୁତ କରିବ । ଦୁଇଦିନ ଭିତରେ ଏହାର ଡିଜାଇନ୍‍ ଚୂଡାନ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଚାଲିଥିବାବେଳେ ସେମାନଙ୍କ ପରିବାର କିଭଳି ପାଉଣା ପାଇବେ ତାହା ଉପରେ ଆସନ୍ତା ରବିବାର ଦିନ ଆଲୋଚନା କରାଯିବ । ଏଥି ସହିତ ରଥଖଳାରେ ନିର୍ମାଣ କାର୍ୟ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବାବେଳେ ଧାର୍ୟ୍ୟ ସମୟ ଠାରୁ ଆଗୁଆ ଭାବେ ନିର୍ମାଣ ହେଉଥିବା ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସୂଚନା ଦେଇଛନ୍ତି । ଏହି ଅବସରରେ ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା କାର୍ୟ୍ୟ ସମ୍ପାଦନ ହୋଇଥିବାରୁ ସେବାୟତ, ମନ୍ଦିର ପ୍ରାଶାସନର କର୍ମକର୍ତ୍ତା ଓ ପୁରୀବାସୀଙ୍କୁ ମୁଖ୍ୟ ପ୍ରଶାସନ ଧନ୍ୟବାଦ ଦେଇଥିଲେ ।

Related posts

ରାୟଗଡ଼ାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା, ହୋଟେଲ ସିସିଟିଭିକୁ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

mahabharatanews

ରାଜ୍ୟରୁ ୧୧ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

mahabharatanews

ରଥ ଖଳା ହାଲଚାଲ 

mahabharatanews

Leave a Comment