ବେଙ୍ଗାଲୁର: କର୍ଣ୍ଣାଟକ ସରକାରରେ ଜଣେ ବିଜେପି ନେତାଙ୍କୁ ମନ୍ତ୍ରୀପଦ ଦେବାକୁ ଶ୍ରୀଶୈଲ ସାରଙ୍ଗ ମଠର ଦେଶିକେନ୍ଦ୍ର ସ୍ୱାମୀ ଦାବି କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ଏକ ବର୍ଷ ମଧ୍ୟରେ ବିଧୟକଙ୍କୁ ମନ୍ତ୍ରୀ ପଦ ଦିଆନଯାଏ, ତେବେ ତାଙ୍କ ସମର୍ଥିତ ୧୦ ବିଧାୟକ ଇସ୍ତଫା ଦେଇଦେବେ ।
ଗୁଲବର୍ଗାର ବିଜେପି ବିଧାୟକ ଦତ୍ତାତ୍ରେୟ ପାଟିଲ ରେଭୁରଙ୍କୁ ମନ୍ତ୍ରୀ ଦେବାକୁ ଶ୍ରୀଶୈଲ ସାମଙ୍ଗ ମଠର ଦେଶକେନ୍ଦ୍ର ସ୍ୱାମୀ ଦାବି କରିଛନ୍ତି । ସ୍ୱାମୀ କହିଛନ୍ତି, ଯଦି ୟେଦୁରପ୍ପାଙ୍କ ନେତୃତ୍ୱାଧୀନ ସରକାରରେ ଦତ୍ତାତ୍ରେୟଙ୍କ ମନ୍ତ୍ରୀପଦ ନ ମିଳେ ତେବେ କର୍ଣ୍ଣାଟକର କଲ୍ୟାଣ କ୍ଷେତ୍ରର ଅନ୍ୟୁନ ୧୦ ବିଧାୟକ ଇସ୍ତଫା ଦେବେ । ସ୍ୱାମୀଙ୍କ ଏହି ଚେତାବନୀ ୟେଦୁରପ୍ପାଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି ।ସେ ୟେଦୁରପ୍ପାଙ୍କୁ ଚେତାବନୀ ଦେଇଛନ୍ତି, ଯଦି ରାଜ୍ୟରେ ବିଜେପି ଆଉ ୩ ବର୍ଷ ଶାସନ ଗ।।ଦିରେ ରହିବାକୁ ଚାହେଁ ତେବେ ଦତ୍ତାତ୍ରେୟଙ୍କୁ ମନ୍ତ୍ରୀ କହିବାକୁ ହେବ । ଯଦି ସରକାର ଏପରି ନ କରୁଛି ତେବେ ଆଗାମୀ ୩୦ ବର୍ଷ ମଧ୍ୟରେ ସେ ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ୩୭ ବର୍ଷୀୟ ଦତ୍ତାତେୟ ଅପୁ ଗୌଡା ନାମରେ ପରିଚିତ ।