Uncategorized

ୱାଶିଂ ମେସିନରେ ବି ସଫା କରି ହେବ ଏହି ସବୁ ଜିନିଷ

(ମହାଭାରତ): ସମସ୍ତଙ୍କ ଘରେ କପଡା ପତ୍ର ସଫା କରିବା ପାଇଁ ପ୍ରାୟତଃ ୱାଶିଂ ମେସିନ୍ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି,ଏବରି କିଛି ଜିନିଷ ଅଛି ଯାହା ଆମେ ୱାଶିଂ ମେସିନରେ ସଫା କଲେ ମଧ୍ୟ ତାହା ଖରାପ ହୋଇନଥାଏ । ଆଉ ଆପଣ ତାହା ସଫା କରି ବ୍ୟବହାର ମଧ୍ୟ କରିପାରିବେ । ଆପଣ ଜାଣିନଥିବେ ଯେ, ଏହି ଜିନିଷ ମଧ୍ୟ ୱାଶିଂ ମେସିନରେ ସଫା ହୋଇପାରିବ । ତେବେ ଜାଣନ୍ତୁ,ସେହିସବୁ ଜିନିଷ କ’ଣ ଯାହାକୁ ଆମେ ୱାଶିଂ ମେସିନରେ ସଫା କରିପାରିବା ।
୧- ଆମେ ବଜାର ଗଲେ ଫଳ,ପନିପରିବା ଇତ୍ୟାଦି ଆଣିଥାନ୍ତି । ସେସବୁକୁ ଯେଉଁ ବ୍ୟାଗରେ ଆଣିଥାଉ କିଛି ଦିନ ପରେ ବିଭିନ୍ନ ଚିହ୍ନ ଲାଗି ତାହା ଖରାପ ହୋଇଯାଇଥାଏ । ଆମେ ତାହା ବ୍ୟବହାର ହୋଇପାରିବ ନାହିଁ ବୋଲି ଭାବି ଫୋପାଡି ଦେଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି,ଏହାକୁ ୱାଶିଂ ମେସିନରେ ଧୋଇ ପୁଣିଥରେ ବ୍ୟବହାର କରାଯାଇପାରିବ । ତେଣୁ ବ୍ୟାଗଗୁଡିକୁ ନଫୋପାଡି ତାହାକୁ ପୁଣିଥରେ କାମରେ ଲଗାନ୍ତୁ ।
୨- ଆପଣଙ୍କ ଘରେ ଓଭାନ୍ ଯଦି ଅଛି ତାହେଲେ ଆପଣ ବ୍ୟବହାର ତ ନିଶ୍ଚୟ କରୁଥିବେ । ଆଉ ଓଭାନ୍ ବ୍ୟବହାର କରିବାରୁ ତାହା ମଇଦା ମଧ୍ୟ ହେଉଥିବ । ଆପଣ ଓଭାନର ରବର ଚପର ଇତ୍ୟାଦି ୱାଶିଂ ମେସିନରେ ସଫା କରିପାରିବେ ।
୩- ଆପଣ ଯଦି ଯୋଗ କରୁଥାନ୍ତି ତେବେ ମ୍ୟାଟ୍ ତ ନିହାତି ବ୍ୟବହାର କରୁଥିବେ । ଆଉ କିଛି ଦିନ ପରେ ଯଦି ଏହା ମଇଳା ହୋଇଯାଇଛି ,ତାହାହେଲେ ତାକୁ ଆଉ ବ୍ୟବହାର କରିବାକୁ ଇଚ୍ଛା ହୋଇନଥାଏ । ଆପଣ ସେହି ମ୍ୟାଟକୁ ମଧ୍ୟ ୱାଶିଂ ମେସିନରେ ସଫା କରିପାରିବେ । ଏଥିପାଇଁ ଆପଣ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ । ମ୍ୟାଟ ଖରାପ ହୋଇପାରେ ।
୪- ଘରେ କମ୍ପ୍ୟୁଟର ଥିଲେ କମ୍ପ୍ୟୁଟର କଭର, ମାଉସ୍ ପ୍ୟାଡ୍ ଆଦି ସଫା କରିବା ବଡ କଷ୍ଟ ହୋଇଥାଏ । ଏବେ ଆଉ ବେଶି ଟେସନ ନିଅନ୍ତୁ ନାହିଁ । କାରଣ କମ୍ପ୍ୟୁଟରରେ ବ୍ୟବହାର ହେଉଥିବା କଭର,ମାଉସ୍ ପ୍ୟାଡ ଆଦି ଆପଣ ୱାଶିଂ ମେସିନରେ ସଫା କରିପାରିବେ । ଏଥିରେ ମଧ୍ୟ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ । ମାଉସ୍ ପ୍ୟାଡ ଖରାପ ହୋଇଯାଇପାରେ ।
୫- ଜୋତା ସଫା କରିବା ସମସ୍ତଙ୍କ ପାଇଁ ବହୁତ କଷ୍ଟ କାମ ମନେହୁଏ । ଅନେକ ତ ସଫା ନକରି ମଇଳା ମଧ୍ୟ ବ୍ୟବହାର କରୁଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ମଇଳା ଜୋତା ମଧ୍ୟ ୱାଶିଂ ମେସିନରେ ସଫା କରି ଏହାକୁ ପୁଣି ବ୍ୟବହାର କରିପାରିବେ ।

Related posts

ଚୀନକୁ ଗ୍ରାସିଛି କୋରୋନା, ମୃତ୍ୟୁସଂଖ୍ୟା ୨୦୦୦ ଟପିଲା, ୭୦ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ

mahabharatanews

 ବିଧାନସଭାରେ ଭିଡିଓ କନଫରେସିଂ ଦ୍ୱାରା ବିଧାୟକ ମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

mahabharatanews

ବିଦେଶ ଯାତ୍ରା ପାଇଁ ଦିଲ୍ଲୀ କୋର୍ଟରେ ଶଶି ଥରୁରଙ୍କ ଆବେଦନ

mahabharatanews