(ମହାଭାରତ): ଆପଣଙ୍କ ଘରର ଆଖପାଖରେ ନିଶ୍ଚିତ ଭାବେ ଅରଖ ଗଛ ରହିଥିବ । ଏହି ଗଛ ବଢିବା ପାଇଁ କୌଣସି ଯତ୍ନ ନେବା ଆବଶ୍ୟକତା ନାହିଁ । ଏହି ଗଛର ଦୁଇ ପ୍ରକାର ଫୁଲ ଦେଖିବାକୁ ମିଳିଥାଏ । ଏହି ଗଛର ଧାର୍ମିକ ମହତ୍ତ୍ୱ ଥିବା ସହିତ ଭଗବାନ ଶିବଙ୍କ ଅତି ପ୍ରିୟ ହୋଇଥାଏ ଅରଖ ଫୁଲ । ଭଗବାନ ଶିବଙ୍କୁ ଏହାକୁ ଚଢାଇବା ଦ୍ୱାରା ସର୍ବଦା ତାଙ୍କ କୃପା ଲାଗିରହିଥିବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଗଛ ବିଷାକ୍ତ ହେବା ସତ୍ତେ୍ୱ ଶରୀର ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ଏହି ଗଛର ଫାଇଦା …
ଯଦି ଆପଣଙ୍କର କୁଣ୍ଡିଆ ହୋଇଥାଏ,ତେବେ ଅରଖ ଗଛର ଚେରକୁ ନେଇ ନିଆଁରେ ପୋଡି ତା’ର ପାଉଁଶରେ ସୋରିଷ ମିଶାଇ ଶରୀରରେ ମାଲିସ କରନ୍ତୁ ଆରାମ ମଳିବ ।
ଶରୀରର କୌଣସି ଅଙ୍ଗରେ କାଚ କିମ୍ବା ଅଣ୍ଟା ପଶିଯାଏ, ତେବେ ଏହି ଗଛରୁ ବାହାରୁଥିବା କ୍ଷୀରରେ କାଚ କିମ୍ବା କଣ୍ଟା ପଶିଥିବା ଜାଗାରେ ପକାନ୍ତୁ । ଏହା ଆପେ ଆପେ ବାହାରିଯିବ ।
ଆପଣଙ୍କ କାଶ ଲାଭ ହେଉନାହିଁ, ତେବେ ଏହାର ଚେରକୁ ଶୁଖାଇ ଭଲଭାବେ ଗୁଣ୍ଡ କରିଦିଅନ୍ତୁ । ସେଥିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଛୋଟ ଛୋଟ ଗୋଲି କରି ସକାଳ ଏବଂ ସନ୍ଧ୍ୟାରେ ଖାଆନ୍ତୁ ମୁକ୍ତି ମିଳିବ ।
ଯଦି ଆପଣଙ୍କର ନଖ ସଂକ୍ରମିତ କୌଣସି ସମସ୍ୟା ରହିଛି, ତେବେ ଅରଖପତ୍ର ଚେରକୁ ଘୋରି ନଖରେ ଲଗାନ୍ତୁ । ସମସ୍ୟାରୁ ତ୍ରାହି ମିଳିବ ।
previous post
next post
