ଓଡିଶା

ବୋଲଗଡ଼ ମହୋତ୍ସବ ଉଦଘାଟିତ

(ମହାଭାରତ, ବୋଲଗଡ): ବୋଲଗଡ଼ର ଐତିହ୍ୟ , ସଂସ୍କୃତି ପରମ୍ପରା ସହିତ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣରେ ୧୬ ତମ ବୋଲଗଡ଼ ମହୋତ୍ସବ ‘ଆଶା ୨୦୧୯’ ଉଦଘାଟିତ ହୋଇଛି । ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ମୁକ୍ତାକାଶ ପ୍ରଦର୍ଶନ ମଣ୍ଡପରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମହୋତ୍ସବର ଉଦଘାଟନ କରିଥିଲେ । ଏଥିରେ ବରିଷ୍ଠ ଉପଦେଷ୍ଟା ଭାବେ ଐତିହାସିକ ରବିନ୍ଦ୍ର କୁମାର ପରିଜା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ସମସ୍ତ ଦିବଂଗତ ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳୀ ଦେବା ସହିତ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଭୁବନେଶ୍ୱରରୁ ଆସିଥିବା ରାଜକିଶୋର ଓଡ଼ିଶୀ ନୃତ୍ୟନୁଷ୍ଠାନ କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବେଲପଡ଼ାର ରାଜପୁତ ପାଇକ ଅଖଡ଼ା ଦ୍ୱାରା ମାଲଖମ୍ବୀ ପ୍ରଦର୍ଶନ , ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ବଲାଙ୍ଗୀରର ଢୋଲମହୁରୂ ସାଥରକୁ ବେଗୁନିଆର ନଟରାଜ ଡ଼୍ୟାନ୍ସ ଗୃପ ର ମଡ଼ର୍ଣ୍ଣ ଡ଼୍ୟାନ୍ସ ପରିବେଷିତ ହୋଇଥିଲା ଏହି ମହୋତ୍ସବରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ମୀନା ବଜାର, ରାମ ଦୋଳି, ବିଭିନ୍ନ ପ୍ରକାର ଦୋକାନରେ ଦର୍ଶକଙ୍କ ଭିଡ଼ ଜମି ରହିଥିଲା । ଏହି ଉତ୍ସବରେ ବିଶେଷ ଭାବେ ଘରକରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଜିନିଷ ଗୁଡ଼ିକର ବିପଣନ ଏଠାରେ ଦେଖିବାକୁ ମିଳିଥିଲା । ପ୍ରବଳ ଶୀତ ସତ୍ତେ୍ୱ ଚଳିତ ବର୍ଷ ମହୋତ୍ସବ ଲୋକଉତ୍ସବ ଭଳି ଲୋକରଣ୍ୟ ହୋଇଥିଲା । ସ୍ଥାନୀୟ ଅଂଚଳ ସମେତ ବାହାର ଅଂଚଳରୁ ପ୍ରତି ଦିନ ହଜାର ହଜାର ସଂଖ୍ୟାର ଲୋକେ ଏହି ଯାତ୍ରା ଦେଖିବାକୁ ଆସୁଥିବା ଦେଖିବାକୁ ମିଳିଛି ।

Related posts

ଆଜି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ନକ୍ସଲଙ୍କ ଯୋଜନା ପଣ୍ଡ;  ଲ୍ୟାଣ୍ଡମାଇନ ଜବତ

mahabharatanews

ପୁରୀରେ ହେବ ୪୮ଟି ବିଦ୍ୟାଳୟ ଏବଂ ୩୫ଟି କଲେଜ

mahabharatanews

Leave a Comment