Uncategorized

 ମନୋଜ ସିହ୍ନା ହେବେ ଜାମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ

ଶ୍ରୀନଗର: ଗତକାଲି ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଗିରିଶ ମୁର୍ମୁଙ୍କ ଇସ୍ତଫା ପରେ ମନୋଜ ସିହ୍ନା ନୂଆ ଉପ ରାଜ୍ୟପାଳ ହେବା ସ୍ଥିର ହୋଇଛି । ରାଷ୍ଟ୍ରପତି କୋବିନ୍ଦ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । ତେବେ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଛନ୍ତି। ତାଙ୍କ ଇସ୍ତଫା ଗୃହୀତ ହେବା ପରେ, ସେ ଦେଶର ପରବର୍ତ୍ତୀ ସିଏଜି ଭାବେ ଅବସ୍ଥାପିତ ହେବେ ବୋଲି ଚର୍ଚ୍ଚା ହେଉଛି ।
୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହାପରେ ଜମ୍ମୁ କାଶ୍ମୀରର ପୁନର୍ଗଠନ ହୋଇଥିଲା। ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳଭାବେ ନିଯୁକ୍ତ ହୋଇଥିଲେ ।

Related posts

୨ୟ ପର୍ୟ୍ୟାୟ ବନ୍ଦେ ଭାରତ ମିଶନ: ଫେରିବେ ୨୩ ହଜାର

mahabharatanews

ଆମେରିକା- ତାଲିବାନ ଚୁକ୍ତି ବିଫଳ

mahabharatanews

ବୁଦ୍ଧଙ୍କ ଆଦର୍ଶରେ ରହିଛି ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ପ୍ରତିହତ କରିବାର ବାଟ: ମୋଦି

mahabharatanews