Uncategorized

ଲାଗିଲା ନୋ କିସିଂ ଜୋନ ବୋର୍ଡ

(ମୁମ୍ବାଇ) ; ସୋସାଇଟରେ ଲାଗିଲା ନୋ କିସିଂ ଜୋନ ବୋର୍ଡ । ଆପଣମାନେ ଦେଖିଥିବେ ରାସ୍ତାରେ ନୋ ସ୍ମୋକିଙ୍ଗ୍’, ‘ନୋ ରେଶ୍ ଡ୍ରାଇଭିଂ’ ଏବଂ ‘ନୋ ଲିଟରିଂ’ ଭଳି ସାଇନ୍ ବୋର୍ଡ । କିନ୍ତୁ ଏହି ଲକଡାଉନରେ ଦେଖା ଦେଇଛି ଯାହା ‘ନୋ କିସିଙ୍ଗ୍ ଜୋନ୍’ ବୋର୍ଡ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବୋରିଭାଲିର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସୋସାଇଟିର ଗେଟ୍ ସମ୍ମୁଖରେ ଲଗାଯାଇଛି ।ସୋସାଇଟର ଲୋକମାନେ କହିଛନ୍ତି ଯେ କରୋନା ମଧ୍ୟରେ ଲଗାଯାଇଥିବା ଲକଡାଉନ୍ ସମୟରୁ କିଛି କପଲ୍ ସୋସାଇଟର ବାହାରେ ରାସ୍ତାରେ ଆସିବା ଆରମ୍ଭ କରିଥିଲେ। ଏହି ସମୟରେ, ସେମାନେ ନିଜ ମଧ୍ୟରେ କିସ୍ କରିବା ଭଳି ଆପତ୍ତିଜନକ କାର୍ୟ୍ୟ କରୁଥିଲେ, ଏହି ସବୁ ସୋସାଇଟରେ ରହୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥିଲା, ତେଣୁ ସୋସାଇଟ୍ ଗେଟ୍ ବାହାରେ ‘ନୋ କିସିଂ ଜୋନ୍’ ପେଣ୍ଟ୍ କରିଥିଲେ । ବର୍ତ୍ତମାନ ସେଠାରେ ଦମ୍ପତିଙ୍କ ଆଗମନ ପୂର୍ବ ଅପେକ୍ଷା ବହୁତ କମ୍ ହୋଇଯାଇଛି ।ସୋସାଇଟରେ ରହୁଥିବା ଏକ ଦମ୍ପତି ସଂଲଗ୍ନ ରାସ୍ତାରେ ଜଣେ ଯୋଡିକୁ ଆପତ୍ତିଜନକ କାର୍ୟ୍ୟ କରୁଥିବାର ଦେଖିଥିଲେ, ଏହା ପରେ ସେମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସ୍ଥାନୀୟ କର୍ପୋରେଟରଙ୍କ ନିକଟକୁ ପଠାଇଥିଲେ । କର୍ପୋରେଟର ଏହି ଭିଡିଓକୁ ପୋଲିସକୁ ଦେବାକୁ କହିଥିଲେ, କିନ୍ତୁ ଦମ୍ପତିଙ୍କ ଅଭିଯୋଗ ଉପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଏହା ପରେ ସୋସାଇଟର୍ ସଦସ୍ୟମାନେ ନିଜ ମଧ୍ୟରେ ବିଚାର କରିବା ପରେ ଗେଟ୍ ବାହାରେ ‘ନୋ କିସିଂ ଜୋନ୍’ ବୋର୍ଡ ରଖିବା ଉଚିତ୍ ବୋଲି ଭାବିଥିଲେ।

 

Related posts

କୋଭିଡ-୧୯ ଭୂତାଣୁ ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟରେ ଭୟଙ୍କର ହୋଇପାରେ

mahabharatanews

ପୁଣି ସରଗରମ ହୋଇପାରେ ବିଧାନସଭା,ବଜେଟ ଉପରେ ଗୃହରେ ହେବ ଆଲୋଚନା

mahabharatanews

ଆମେରିକାକୁ ଚୀନର ଚେତାବନୀ: କନ୍‌ସୁଲେଟ୍ ବନ୍ଦ କଲେ ପ୍ରତିଶୋଧ ନିଆଯିବ

mahabharatanews