ଓଡିଶା

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

(ମମତା ସାମଲ)ମାହାଭାରତ : ସୋନପୁର-ବଲାଙ୍ଗିର ରାସ୍ତାର ଖାରୀ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି ।
ସୂଚନା ଅନୁଯାୟୀ, ଆମ୍ୱୁଲାନ୍ସଟି ଆଜି ସକାଳେ ରୋଗୀ ଆଣିବା ପାଇଁ ବୀରମହାରାଜପୁରରୁ ବଲାଙ୍ଗିର ଯାଉଥିଲା। ଏହି ସମୟରେ ଖାରୀ ନିକଟରେ କୁହୁଡ଼ି ଯୋଗୁ ରାସ୍ତା ଦେଖି ନପାରି ଆମ୍ୱୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଆମ୍ୱୁଲାନ୍ସ ଡ୍ରାଇଭରଙ୍କ ସହିତ ଜଣେ ଫାର୍ମାସିଷ୍ଟ ଥିଲେ। ତେବେ ସେମାନେ ଆହତ ହୋଇ ନଥିବା ଜଣାପଡ଼ିଛି।

Related posts

ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ

mahabharatanews

ବୌଦ୍ଧ ମୁଖ୍ୟ ଡାକ ଘରୁ ଲକର୍ ଭାଙ୍ଗି ଲୁଟ୍ ଅଭିଯୋଗ

mahabharatanews

ମଧ୍ୟାନ୍ନ ଭୋଜନରେ ଅଣ୍ଡା ବନ୍ଦ ହୋଇନାହିଁ

mahabharatanews