ଅପରାଧ

ବାଇକ୍ ଚୋରକୁ ନିସ୍ତୁକ ମାଡ

(ମହାଭାରତ, ଯାଜପୁର): ପାଣିକୋଇଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଗାଁରେ ବାଇକ ଚୋରି କରି ନେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଲୋକେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ସୂଚନା ଅନୁଯାୟୀ, ଗତ ଶୁ୍କ୍ରବାର ଜଣେ ଯୁବକ ବାଇକ୍ରେ ଯାଜପୁର ରୋଡ ଦଳା ଛକରୁ ପାଣିକୋଇଲି ଯିବା ବାଟରେ ଅଭିଯୁକ୍ତ ତାଙ୍କୁ ଲିଫ୍ଟ ମାଗିଥିଲା । ଯୁବକ ତାକୁ ଲିଫ୍ଟ ଦେଇ ପାଣିକୋଇଲିରେ ପହଞ୍ଚାଇଥିଲେ । ତେବେ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଜଣକ ପାଖରୁ ଆସୁଛି କହି ଯୁବକଙ୍କ ନିକଟରୁ ବାଇକ୍ ଧରି ଫେରାର ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ବାଇକ୍ ମିଳିନଥିଲା । ତା ପରଦିନ ଯାଜପୁର ରୋଡ ଥାନା କୋପଣ୍ଡ ଗାଁରେ ବାଇକ୍ ଚୋରାଇଥିବା ଯୁବକ ଜଣକ ଥିବା ସେ ଖବର ପାଇଥିଲେ । ସେଠାରେ ତାଙ୍କର କିଛି ସାଙ୍ଗଙ୍କୁ ଧରି ଯୁବକ ଜଣକ ପହଞ୍ଚି ଚୋର ଓ ବାଇକ୍କୁ ନିଜ ଗାଁ ଲକ୍ଷ୍ମୀନଗର ଆଣିଥିଲେ । ସେଠାରେ ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଚୋରକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ।

Related posts

mahabharatanews

ସାମାନ୍ୟ ବଚସାକୁ ନେଇ କନେଷ୍ଟବଲଙ୍କୁ ଗୁଳିମାଡ

mahabharatanews

ଡାକ୍ତରଙ୍କ ଘରୁ ୩୦୦ କିଲୋଗ୍ରାମର ବିସ୍ଫୋରକ ଜବତ କଲା ଜମ୍ମୁ କାଶ୍ମୀର ପୋଲିସ

mahabharatanews