ରାଜନୀତି

ସିଏଏକୁ ସମର୍ଥନ କରି ବିଏସପି ବିଧାୟକ ଦଳରୁ ନିଲମ୍ବିତ

(ମହାଭାରତ / ମଧୁସ୍ମିତା ତ୍ରିପାଠୀ ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିବା କାରଣରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦଳର ବିଧାୟିକା ରମାବାଇ ପରିହାରଙ୍କୁ ନିଲମ୍ବିତ କରିଛନ୍ତି । ବିବାଦୀୟ ସିଏଏକୁ ସମର୍ଥନ କରୁଥିବାରୁ ମଧ୍ୟପ୍ରଦେଶ ବିଧାୟକ ରମାବାଇ ପରିହାରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ଟ୍ୱିଟ୍ କରି ମାୟାବତୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବିଏସପି ଏକ ଶୃଙ୍ଖଳିତ ଦଳ । ଯଦି ଏହି ଦଳର କୌଣସି ବିଧାୟକ କିମ୍ବା ସାଂସଦ ଦଳର ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ବିଧାୟକ ପରିହରଙ୍କୁ ଦଳରୁ ନିଲମ୍ବିତ କରାଯିବା ସହ ସେ ଦଳର କୋଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ପଟହରିଆ ନିର୍ବାଚନ ମଣ୍ଡଳୀର ଏହି ବିଧାୟକ ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଶଂସା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମତି ଦେବା ପରେ ଏହା ଆଇନରେ ପରିଣତ ହୋଇଛି ।

Related posts

ଆସାମରୁ ଅମିତ ଶାହଙ୍କ ବଡ ଘୋଷଣା, ପୁଣି ଥରେ ଦେଲେ ଚେତାବନୀ

mahabharatanews

ଦେଶରେ ୪୫ ଆସନରେ ହେବ ଉପନିର୍ବାଚନ

mahabharatanews

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews