Uncategorized

ସିଏଏ କାର୍ଯ୍ୟକାରୀ କରିବାରେ ୟୁପି ହେବ ଭାରତର ପ୍ରଥମ ରାଜ୍ୟ

(ମହାଭାରତ ): ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ କରିବାରେ ଉତ୍ତରପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବାକୁ ଯାଉଛି । ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟିଆନ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ୟୁପିର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ଏମାନଙ୍କ ସଂଖ୍ୟା କେତେ ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ଯୋଗୀ ସରକାର ପଦେକ୍ଷପ ଗ୍ରହଣ କରିଛନ୍ତି । ତେବେ ଉପରୋକ୍ତ ଦେଶଗୁଡିକରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ୟୁପି ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଅବିନାଶ ତିୱାରୀ କହିଛନ୍ତି । ଉତ୍ତରପ୍ରଦେଶରେ ଆଫଗାନିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କ ସଂଖ୍ୟା କମ ରହିଥିବା ବେଳେ ପାକିସ୍ତାନ ଓ ବାଲାଂଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କ ସଂଖ୍ୟା ସର୍ବାଧିକ ରହିଛି ବୋଲି ତିୱାରୀ କହିଛନ୍ତି ।

Related posts

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦୯ ମୃତ

mahabharatanews

ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ପୋଡି ହତ୍ୟା ଉଦ୍ୟମ

mahabharatanews

ଦକ୍ଷ ଥାନାଧିକାରୀ ନିଯୁକ୍ତି ପାଇଁ ଜଳେଶ୍ୱର ବିଜେଡି ପକ୍ଷରୁ ଦାବି

mahabharatanews