ଓଡିଶା

ଜିଲ୍ଲା ଅବକାରୀ ଚଢାଉ, ୭ଜଣ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ତଥା ପାଟଣା ଅବକାରୀ ବିଭାଗ ତରଫରୁ ·ରିଟି ସ୍ଥାନରେ ଚଢ଼ାଉ କରାଯାଇ ୭ଜଣକୁ ଗିରଫ କରାଯାଇଛି । ଗିରଫମାନେ ହେଲେ କଣ୍ଟିଆପଡା ଗ୍ରାମର ଟଙ୍କଧର ବେହେରା, ନୂଆପଡା ଗ୍ରାମର ଗୌରୀଶଙ୍କର ମହନ୍ତ, ମହିଷା ମୁଣ୍ଡି ଗ୍ରାମରୁ ସୀତାରାଣୀ ମୁଣ୍ଡା, କୌଳାଶ ନାଏକ, ଶୁକ ମୁଣ୍ଡା, ଗୁଳୁଦିପଶି ଗ୍ରାମରୁ ପଞ୍ଚାନ୍ନ ମୁଣ୍ଡା, ରାଇଟ୍ର ମୁଣ୍ଡା ।

ସୂଚନା ପ୍ରକାଶଯେ ଆଜି ଜିଲ୍ଲା ଅବକାରୀ ଅଧିକାରୀ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶ କ୍ରମେ ମିଳିତ ଭାବେ ଜିଲ୍ଲା ଅବକାରୀ ଓ ପାଟଣା ଅବକାରୀ ବିଭାଗ ମିଳିତଭାବେ ପାଟଣାବ୍ଲକର ପାଞ୍ଚଟି ସ୍ଥାନରେ ଚଢ଼ାଉ କରି ଥିଲା । ଏହି ଚଢାଉ କାଳରେ କଣ୍ଟିଆପଡା ଗ୍ରାମର ଟଙ୍କଧର ବେହେରା, ନୂଆପଡା ଗ୍ରାମର ଗୌରୀଶଙ୍କର ମହନ୍ତ, ମହିଷା ମୁଣ୍ଡି ଗ୍ରାମରୁ ସୀତାରାଣୀ ମୁଣ୍ଡା, କୌଳାଶ ନାଏକ, ଶୁକ ମୁଣ୍ଡା, ଗୁଳୁଦିପଶି ଗ୍ରାମରୁ ପଞ୍ଚାନ୍ନ ମୁଣ୍ଡା, ରାଇଟ୍ର ମୁଣ୍ଡା ଏହି ଭଳି ୭ଜଣକୁ ଗିରଫ କରାଯାଇଛି । ଏହି ମିଳିତ ଛଢାଉରେ ଅବକାରୀ ବିଭାଗ ହାତରେ ମହୁଲିମଦ ୩୩ଲିଟର, ଭାଟିପାଉଚ ମଦ ୫ଲିଟର, ହାଣ୍ଡିଆ ପୋଚ୧୮୦ କି.ଗ୍ରା ଲାଗିଥିବା ପାଟଣା ଅବକାରୀ ବିଭାଗ ଅଧିକାରୀ ଦିଲ୍ଲୀ କୁମାର ତାଣ୍ଡି ଜଣାଇ ଛନ୍ତି । ଏହାସହ ଆସାମୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କେଶ ରୁଜୁ କରି କୋର୍ଟ ·ଲାଣ କରାଯାଇଛି ।

Related posts

ରଥଖଳା ଏବେ ଚଳଚଞ୍ଚଳ : ବ୍ୟସ୍ତ ତିନିରଥର ବିଶ୍ଵକର୍ମା ମହାରଣା

mahabharatanews

ପିକ୍ଅପ୍ ଭ୍ୟାନ ଧକ୍କାରେ ବାଇକ୍ ଆରୋହୀ ଗୁୁରୁତର

mahabharatanews

କୋଲୱାସରୀ ବଦଳରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଗଣ ବିକ୍ଷୋଭ

mahabharatanews