ଓଡିଶା

ଟୀକା ନେଇ ୩ମାସ ଶିଶୁର ଅକାଳ ମୃତ୍ୟୁ ଅଭିଯୋଗ

ପାରାଦୀପ: ପାରାଦୀପ ନୂଆଗଡ଼ ଗ୍ରାମରେ ଜଣେ ୩ମାସର ଶିଶୁ ପୁତ୍ରର ମୃତ୍ୟୁ ପରେ ଏହାକୁ ନେଇ ଅଭିଯୋଗ ହୋଇଛି । ଶିଶୁଟି ଟୀକା ନେବା ପରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଲକ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ନୂଆଗଡ଼ ଗ୍ରାମର ସୁପ୍ରବୀର କୁମାର ନନ୍ଦଙ୍କ ୩ ମାସର ଶିଶୁପୁତ୍ର ରାଜକୁମାର ଗତକାଲି ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକା ନେଇଥିଲେ । ଟୀକା ନେବା ପରଠାରୁ ରାଜକୁମାର ଅଚାନକ ଅସୁସ୍ଥ ହୋଇଥିଲେ । ତାଙ୍କୁ ଚିକିତ୍ସା କରାଯାଇଥିଲେ ମଧ୍ୟ କୋ÷ଣସି ସୁଫଳ ମିଳି ନ ଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା ।

Related posts

ବ୍ରହ୍ମଗିରି ବିଧାୟିକାଙ୍କ ଭୋଟକୁ ନେଇ ଦେଖାଦେଇଛି ବିବାଦ

mahabharatanews

ଇଂରାଜୀ ନବବର୍ଷ ପାଇଁ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି

mahabharatanews

ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ

mahabharatanews