Uncategorized

ସିଡନୀ ଫିଲ୍ମ ଫେଷ୍ଟିଭାଲ ବାତିଲ

ୱାସିଂଟନ: ନୋଭାଲ କୋରୋନାର ଭୟାବହ ସଂକ୍ରମଣକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ ହେବାରେ ଲାଗିଛି । ଏହି କ୍ରମରେ ସିଡନୀ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ଏହି କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରି ଦେଇଛନ୍ତି । ଏହି ଫିଲ୍ମ ଫେଷ୍ଟିଭାଲ ଚଳିତ ବର୍ଷ ଜୁନ ମାସରେ ଅଷ୍ଟେଲିଆରେ ହେବାକୁ ଥିଲା । ସାମ୍ପ୍ରତିକ ମହାମାରୀ ପାଇଁ ଏହାକୁ ବାତିଲ କରାଯାଇଥିବା ଆୟୋଜକ ପ୍ରକାଶ କରିଛନ୍ତି । ନ୍ୟୁ ସାଉଥ ୱାଲ ରାଜ୍ୟ ପକ୍ଷରୁ କୋରୋନାର ବୟାବହତା ପାଇଁ ଦୃଷ୍ଟିରେ ରଖି ବିରାଟ ଜନଗହଳି ସୃଷ୍ଟିକରୁଥିବା ସମସ୍ତ କାର୍ଯ୍ୟକ୍ରମକୁ ଜୁନ ମଧ୍ୟ ଭାଗ ପର୍ଯ୍ୟନ୍ତ ବାତିଲ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଅଦ୍ୟାବଧି କୌଣସି ପରବର୍ତ୍ତୀ ତାରଖ ଘୋଷଣା କରାଯାଇ ନାହିଁ । ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ନ କରି ଆସନ୍ତା ୨୦୨୧ରେ କରିବାକୁ ଆୟୋଜକ ପ୍ରକାଶ କରିଛନ୍ତି ।

ଫେଷ୍ଟିଭାଲ ନିର୍ଦ୍ଦେଶାକ ନାଶିନ ମୁଡଲେ ଏକ ମେଲ ମାଧ୍ୟମରେ ଜଣାଇଛନ୍ତି କି, ସିଡନୀ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ଏହା ପ୍ରଥମ ଘଟଣା କି, ଏହି ଚଳିତ ବର୍ଷ ବାତିଲ କରାଯାଉଛି ।

Related posts

୭ ଆସନରୁ ଆପ ନିଜ ବାଗିଙ୍କ ସହ ମୁହାଁମୁହିଁ

mahabharatanews

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଧାନର ଭଳି ଅନ୍ୟ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର: ବାନାର୍ଜୀ

mahabharatanews