ବରଗଡ: କରୋନା ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ହେଲେ ବରଗଡ ଜିଲ୍ଲାରେ ସରକାରୀ ନିୟମ ସହ କରୋନା କଟକଣାର ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳିଛି । ଦୁଇଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ଛାଡି ବାକି ସମସ୍ତ ଅନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରଖିବାକୁ ବିଜ୍ଞପ୍ତି ହୋଇଥିଲା । ଏବଂ ଡାକ ବାଜି ଯନ୍ତ୍ର ଯୋଗେ ଅବଗତ କରାଯାଇଥିଲା । ହେଲେ ପୌରପରିଷଦ ଏହି ନିର୍ଦେଶ ଗୁଡିକୁ ଅଣଦେଖା କରି ଆଜି ବରଗଡ଼ ସହରରେ · ଲସି ସହ ଜରୁରୀ ନଥିବା ବ୍ୟବସାୟୀକପ୍ରତିଷ୍ଠାନ ଖୋଲା ଥିଲା ସେହିପରି ଯାତ୍ରୀବାହି ବସକୁ ସଫା ସୁତୁରା ଓ ସେନେଟାଇଜ କରିବା ପାଇଁ ଏକ ଅର ଟି ଓ ଟିମ ଘରୋଇ ବସଷ୍ଟାଣ୍ଡ କୁ ଆସି ଅନୁମତି ଦେଇଛନ୍ତି । ସେହିପରି ପୌର ନିର୍ବାହି ଅଧିକାରୀଙ୍କ ନିର୍ଦେଶରେ ଏକ ଟିମ ସହରର ବିଭିନ୍ନ ସ୍ଥାନ ବୁଲି ଅନାବଶ୍ୟକ ଭାବେ ଖୋଲିଥିବା ଦୋକାନ ବନ୍ଦ କରିଥିବା ବେଳେ ଆର ଟି ଓ ପକ୍ଷରୁ ଆଉ ଏକ ଟିମ ଘରୋଇ ବସକୁ ଯାଞ୍ଚ କରି ଯାତ୍ରୀଙ୍କୁ ସଚେତନ କରିବା ସହ ବସ ମାଲିକ କଣ୍ଡକ୍ଟରଙ୍କୁ ଗାଇଡ଼ ଲାଇନ ଉଲଘଂନ ନ କରିବାକୁ ତାଗିତ କରିଥିଲା । ସେହି ପରି ଜିଲ୍ଲାର ବରପାଲି ,ପଦ୍ମପୁର,ଗାଇସିଲେଟ,ଅତାବିରାରେ ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ଥିବା ବେଳେ ସୋହେଲା, ବରଗଡରେ କିଛି ଦୋକାନ ଖୋଲା ଥିବାରୁ ପୋଲିସ ଓ ଏନ ଏ ସି -ମୁନସିପାଳଟି କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ପୋଲିସ ସହ ମିଶି ଦୋକାନ ବଜାର ବନ୍ଦ କରି ମହାମାରୀ କରୋନାକୁ ଦୂର କରିବା ପାଇଁ ସଚେତନ କରିଥିଲେ । ଏହି କଟକଣା ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଛନ୍ତି ।
previous post
next post
