Uncategorized

ମହାରାଷ୍ଟ୍ରରେ କରୋନାର ଚିତ୍ର

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିି •ଲିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି । ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୬୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୫୦୦ ପରେ ହେଲାଣି ।

ମାର୍ଚ୍ଚ ୯ରେ ମହାରାଷ୍ଟ୍ରରେ ପ୍ରଥମ ୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେତେବେଳେ ୧୦୦ ଟେଷ୍ଟ କରିବା ଲାଗି ରାଜ୍ୟର କ୍ଷମତା ଥିଲା । ଏବେ ରୋଗୀସଂଖ୍ୟା ବଢ଼ିବା ପରେ ଘରୋଇ ଲାବଗୁଡ଼ିକୁ ମିଶାଇ ଦିନରେ ୩ ହଜାର ପରୀକ୍ଷା ସମ୍ଭବ ହୋଇପାରୁଛି । ଏଥିସହ ପ୍ରଶାସନ ପକ୍ଷରୁ ପ୍ରଦୂଷିତ କ୍ଷେତ୍ର ଚିହ୍ନଟ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି । ମୁମ୍ବାଇକୁ ମିଶାଇ ଏବେ ରାଜ୍ୟରେ ମୋଟ ୨୨୮ ପ୍ରଦୂଷିତ କ୍ଷେତ୍ର ଚିହ୍ନଟ ହୋଇଛି । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଦୈନିକ ସର୍ଭେ କରାଯାଉଛି । ହାଇ ରିସ୍କ କଣ୍ଟାକ୍ଟ ଜୋନ୍ ଚିହ୍ନଟ କରାଯାଉଛି । ସେଠାରେ ଲୋକଙ୍କୁ ପରୀକ୍ଷା କରାଯିବା ସହ ଅନ୍ୟ ଅଞ୍ଚଳଗୁଡ଼ିକରେ ସରକାରୀ ଆଇସୋଲେଶନର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କସ୍ତୁୂରବା ହସ୍ପିଟାଲ, ସେଣ୍ଟ୍ ଜର୍ଜ ହସ୍ପିଟାଲ, ସେଭେନ୍ ହିଲ୍ସ ହସ୍ପିଟାଲ, ନାନାବତୀ ହସ୍ପିଟାଲ ଆଦିରେ ବିଭିନ୍ନ ସୁବିଧା କରାଯାଇ ପଜିଟିଭ୍ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କରାଯାଉଛି । ଡାକ୍ତର, ପାରାମେଡିକାଲ କର୍ମ•ରୀମାନେ ଘନଘନ ସ୍ଥିତି ସମୀକ୍ଷା କରୁଛନ୍ତି । ପୋଲିସ କର୍ମ•ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚପଦସ୍ଥ ସରକାରୀ କର୍ମ•ରୀମାନେ ମହାରାଷ୍ଟ୍ରରେ ସତର୍କ ଓ ସଚେତନ ଅଛନ୍ତି । ମହାରାଷ୍ଟ୍ର ଡ୍ରଗ ବିିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ସ୍ଥିତି ସମୀକ୍ଷା କରାଯାଇ ରିପୋର୍ଟ ରଖାଯାଉଛି । ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ବ୍ୟକ୍ତିଙ୍କୁ ତୁରନ୍ତ ପରୀକ୍ଷା କରାଯିବାରୁ ମହାରାଷ୍ଟ୍ର ସ୍ଥିତି ଏଭଳି ହୋଇଛି ବୋଲି କହିଛନ୍ତି ଟାଟା ଇନ୍ଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସର ପୂର୍ବତନ ଡିନ୍ ଟି. ସୁନ୍ଦରରମନ୍ । ଏଥିସହ ଦିଲ୍ଲୀର ତବଲିଘି ଜମାତ୍ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରରୁ ୧,୫୦୦ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୩୫୦ଙ୍କୁ ତକ୍ର୍ଷଣାô କ୍ୱାରାଣ୍ଟାଇନରେ ରଖାଯାଇଥିଲା । ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ ହେଲେ ସଂକ୍ରମଣର ମାତ୍ରା ଅଧିକ ରହିଥାଏ । ତୁରନ୍ତ ଚିହ୍ନଟ ସହ ଏହାର ନିରାକରଣ ପ୍ରତି ବିଶେଷ ଧ୍ୟାନ ଦିଆଗଲେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଥାଏ । ଏଥିସହ ବିଭିନ୍ନ ବସ୍ତିରେ ରହୁଥିବା ସଂକ୍ରମିତଙ୍କ ଚିହ୍ନଟ ପ୍ରମୁଖତା ରଖିଥାଏ ।

Related posts

ବନ୍ୟା ବିତ୍ପାତ ପାଇଁ ଜିଲ୍ଲା ପ୍ରଶାସନ ବିରୋଧରେ ତେଜୁଛି ଅସନ୍ତୋଷ

mahabharatanews

ରାଜଘାଟରେ ବାପୁଙ୍କୁ ଟ୍ରମ୍ପ ଦମ୍ପତିଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ବହୁତ ଦୂର ବାଟ ଯିବାକୁ ଅଛି: ଘେବ୍ରେଏସସ୍

mahabharatanews